ନବରଙ୍ଗପୁରରେ ମାଓ ଲିଫଲେଟ, ପ୍ରସ୍ତାବିତ ଡ୍ୟାମକୁ ବିରୋଧ
ନବରଙ୍ଗପୁର : ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅଫିସ ନିକଟ ରାସ୍ତା ଉପରେ ପଡିଛି ଶତାଧିକ ମାଓ ଲିଫଲେଟ୍। ଲିଫଲେଟରେ ଝରିଗାଁ ବ୍ଲକ ତେଲ ନଦୀ ଉପରେ ପ୍ରସ୍ତାବିତ ଡ୍ୟାମକୁ ବିରୋଧ କରିଛନ୍ତି ମାଓବାଦୀ।
କେନ୍ଦ୍ର ଓ ରାଜ୍ୟ ସରକାର, ନବରଙ୍ଗପୁର ସାଂସଦ ରମେଶ ମାଝୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେରେ ଲିଫଲେଟରେ ଉଲ୍ଲେଖ ରହିଛି । ଏହାସହ ଆନ୍ଦୋଳନ କରିବା ପାଇଁ ଉଦନ୍ତୀ ମାଓବାଦୀ ଡିଭିଜନ ପକ୍ଷରୁ ଲିଫଲେଟ୍ ଗୁଡିକରେ ଆହ୍ୱାନ କରାଯାଇଛି । ଲିଫଲେଟରେ ଉଲ୍ଲେଖ ରହିଛି ଯେ, ଏହି ଡ୍ୟାମ ନିର୍ମାଣ ହେଲେ ଉମରକୋଟ, ଝରିଗାଁ,ରାଇଘର ବ୍ଲକର ୬୦ ଗ୍ରାମର ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ ବିସ୍ଥାପିତ ହେବେ । ପଲ୍ଲୀ ସଭା ଓ ଗ୍ରାମ ସଭାର ମଞ୍ଜୁରୀ ବିନା ଡ୍ୟାମ ନିର୍ମାଣ କାର୍ଯ୍ୟ କରିବା ପାଇଁ ସରକାର,ସାଂସଦ ନିଷ୍ପତି ନେଇ ସାମ୍ରାଜ୍ୟବାଦ ଶାସନ ପ୍ରତିଷ୍ଠା କରାଯାଉଛି । ଏସବୁ ବିରୋଧରେ ଆନ୍ଦୋଳନ ହେବ ବୋଲି ମାଓବାଦୀ କହିଛନ୍ତି ।
