ମନୁ ଭାକର ମହିଳା ଏୟାର ପିସ୍ତଲ ନ୍ୟାସନାଲ ଚମ୍ପିଆନ
ନୂଆଦିଲ୍ଲୀ : ହରିୟାଣାର ମନୁ ଭାକରଙ୍କୁ ମିଳିଲା ମହିଳା ୧୦ ମିଟର ଏୟାର ପିସ୍ତଲ ନ୍ୟାସନାଲ ଚାମ୍ପିଅନ ତାଜ୍ । କ୍ରମାଗତ ଦ୍ବିତୀୟ ଥର ପାଇଁ ବାଜିମାରିଛନ୍ତି ଷ୍ଟାର ସୁଟର ମନୁ । କରଣି ସିଂ ସୁଟିଂ ରେଞ୍ଜ୍ରେ ଅନୁଷ୍ଠିତ ଚଳିତ ୬୪ତମ ନ୍ୟାସନାଲ ସୁଟିଂ ଚାମ୍ପିଅନସିପ୍ର ଫାଇନାଲରେ ୨୪୧.୬ ପଏଣ୍ଟ ସହ ବିଜୟୀ ହୋଇଛନ୍ତି ମନୁ ।
ଏହି ବିଜୟ ସହ ଶେଷ ୪ଟି ନ୍ୟାସନାଲ ଇଭେଣ୍ଟରୁ ୩ଟି ନିଜ ନାମରେ କରିଛନ୍ତି । ଇସା ସିଂ ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ ଓ ତାମିଲନାଡୁର ନିବେତା ଦ୍ବିତୀୟ ହୋଇଛନ୍ତି । ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ମନୁ ୫୭୬ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଥିଲେ ଓ ଇସା ୫୮୨ ପଏଣ୍ଟ ସହ ଶୀର୍ଷରେ ଥିଲେ । ମାତ୍ର ଫାଇନାଲ ମୁକାବିଲାରେ ଆରମ୍ଭରୁ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିବା ସହ ଅଲମ୍ପିଆନ ମନୁ ଭାକର ବିଜୟୀ ହୋଇଥିଲେ ।
