ଏସିଆନ ଚମ୍ପିଆନ୍ସ ଟ୍ରଫି : ଦମଦାର ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ମହିଳା ହକି ଟିମ
ଡୋଙ୍ଗହାଏ : ଦମଦାର ବିଜୟରୁ ଏସିଆନ ଚମ୍ପିଆନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ହକି ଟିମ । ରବିବାର ଡ୍ରାଗ୍ଫ୍ଲିକର ଗୁରଜିତ କୌରଙ୍କ ୫ଟି ଜବରଦସ୍ତ ଗୋଲ୍ ବଳରେ ଥାଇଲାଣ୍ଡକୁ ୧୩-୦ର ବଡ ବ୍ୟବଧାନରେ ହରାଇଲା ଭାରତ ।
ମ୍ୟାଚ୍ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତ ସହ ଖେଳିଥିବା ଭାରତ । ମ୍ୟାଚ୍ ଆରମ୍ଭର ପ୍ରଥମ ୨ ମିନିଟ୍ରେ ହିଁ ଭାରତକୁ ପେନାଲିଟି ଷ୍ଟ୍ରୋକ୍ ମିଳିଥିଲା ଓ ଟୋକିଓ ଅଲମ୍ପିକ୍ରେ ୪ଟି ଗୋଲ୍ କରିଥିବା ଗୁରଜିତ ଥାଇଲାଣ୍ଡ ଗୋଲକିପରଙ୍କୁ ଚକମା ଦେଇ ଗୋଲ୍ ସ୍କୋର କରିଥିଲେ । ଫଳରେ ଭାରତ ୧-୦ରେ ଭାରତ ଆଗୁଆ ହୋଇଥିଲା । ଏହାର ୪୫ ମିନିଟ ପରେ ଏକମାତ୍ର ଭାରତୀୟ ମହିଳା ଖେଳାଳି ଭାବେ ଅଲମ୍ପିକ୍ରେ ହ୍ୟା-ଟ୍ରିକ୍ ଗୋଲ୍ କରିଥିବା ବନ୍ଦନା କାଟାରିୟା ଦ୍ବିତୀୟ ଗୋଲ୍ କରିଥିଲେ ।
ପରେ ମ୍ୟାଚ୍ର ୧୪ତମ ମିନିଟ୍ରେ ଓଡିଆ ଖେଳାଳି ଲିଲିମା ମିଞ୍ଜ ଆଉ ଏକ ଫିଲ୍ଡ ଗୋଲ୍ କରିଥିଲେ । ଏହାପରେ ଭାରତକୁ ୧୪ତମ ଓ ୧୫ତମ ମିନିଟରେ ଆଉ ଦୁଇଟି ପେନାଲିଟି କର୍ଣ୍ଣର ମିଳିଥିଲା । ଗୁରଜିତ ଓ ଜ୍ୟୋତି ଏହି ସୁଯୋଗକୁ ଗୋଲ୍ରେ ପରିଣତ କରିବା ସହ ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଲିଡ୍କୁ ୫-୦ରେ ପହଞ୍ଚାଇଥିଲେ । ଦ୍ବିତୀୟ କ୍ବାର୍ଟରରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ରାଜୱିନ୍ଦର କୌର ୧୬ତମ ମିନିଟ୍ରେ ଏକ ଗୋଲ୍ କରିଥିଲେ । ପରେ ୨୪ତମ ମିନିଟ୍ରେ ଗୁରଜିତ ତୃତୀୟ ଗୋଲ୍ କରିଥିଲେ ଓ ୨୪ତମ ମିନିଟରେ ଲିଲିମା ପେନାଲିଟି କର୍ଣ୍ଣରର ଫାଇଦା ଉଠାଇ ଆଉଏକ ଗୋଲ୍ କରିଥିଲେ ।
ଥାଇ ଟିମର ଡିଫେନ୍ସକୁ ପ୍ରତିହତ କରିବା ସହ ଭାରତୀୟ ଟିମ ମ୍ୟାଚ୍ର ୨୫ତମ ମିନିଟ୍ରେ ଗୁରଜିତଙ୍କ ଦ୍ବାରା ଆଉ ଏକ ପେନାଲିଟ କର୍ଣ୍ଣର ହାସଲ କରିଥିଲା । ଫଳରେ ଦ୍ବିତୀୟ କ୍ବାର୍ଟ ସୁଦ୍ଧା ଭାରତର ସ୍କୋର ୯-୦ ରହିଥିଲା । ମ୍ୟାଚ୍ର ୩୬ତମ ମିନିଟ୍ରେ ଫିଲ୍ଡ ଗୋଲ୍ ପରେ ଭାରତର ଗୋଲ୍ ସଂଖ୍ୟା ୧୦ରେ ପହଞ୍ଚିଥିଲା । ପରେ ନିୟମିତ ବ୍ୟବଧାନରେ ଭାରତ ଗୋଲ୍ କରିବା ଜାରି ରଖିବା ସହ ଚତୁର୍ଥ କ୍ବାର୍ଟର ଶେଷରେ ୧୩-୦ରେ ବିଜୟୀ ହୋଇଥିଲା । ଏହି ମ୍ୟାଚ୍ ଟୋକିଓ ଅଲମ୍ପିକ୍ ପରେ ଭାରତୀୟ ମହିଳା ହକି ଟିମର ପ୍ରଥମ ମ୍ୟାଚ୍ । କ୍ୟାପଟେନ ରାନୀ ରାମପାଲଙ୍କୁ ଏହି ଟୁର୍ନାମେଣ୍ଟରୁ ବିଶ୍ରାମ ଦିଆଯାଇଥିବାବେଳେ ଗୋଲକିପର ସବିତା ପୁନିଆଙ୍କୁ କ୍ୟାପଟେନ ଭାରତ ମିଳିଛି ।
