ଜିତିଲେ ମଣିପୁର ମୁଖ୍ୟମନ୍ତ୍ରୀ, ଲୋକଙ୍କୁ ଜଣାଇଲେ ଶୁଭେଚ୍ଛା
ଇମ୍ଫାଲ : ବିଧାନସଭା ନିର୍ବାଚନରେ ଜିତ୍ ହାସଲ କଲେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ । ହେନଗାଙ୍ଗ ଆସନରୁ ପ୍ରାୟ ୧୮ ହଜାର ଭୋଟରେ ଜିତିଛନ୍ତି ବୀରେନ୍ । ସେ କଂଗ୍ରେସ ପ୍ରାର୍ଥୀ ପି ଶରତଚନ୍ଦ୍ରଙ୍କ ଠାରୁ ୧୭,୭୮୨ ଭୋଟ୍ ରେ ଜିତ୍ ହାସଲ କରିଛନ୍ତି ।
ବୀରେନ ସିଂହ ପୂର୍ବଥର ଭଳି ଏଥର ମଧ୍ୟ ହେଙ୍ଗାଙ୍ଗ ଆସନରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ କଂଗ୍ରେସ ପକ୍ଷରୁ ପି ଶରତ ଚନ୍ଦ୍ରଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହକୁ କଡ଼ା ଟକ୍କର ଦେଇଥିଲେ ହେଁ ଶେଷରେ ପରାସ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଏହି ଆସନରୁ ପ୍ରାୟ ୧୮ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି। ବିଜୟ ପରେ ସେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
