ଜିଲ୍ଲା ପ୍ରଶାସନ ତରଫରୁ ମାଣ୍ଡିଆ ଦିବସ ପାଳିତ ଖଣିଜ ସାରରେ ଭରପୁର ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ତକତପୁର ସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମାଣ୍ଡିଆ ବିଶେଷ କରି ଏକ ତନ୍ତୁ ଜାତୀୟ ଓ ଖଣିଜ ସାର ଭରପୁର ରହିଥିବା ଖାଦ୍ୟ ହୋଇଥିବାରୁ ଶରୀର ପାଇଁ ବେଶ ଲାଭ ଦାୟକ ଏବଂ ମାଣ୍ଡିଆ ଚାଷ କେବଳ ବର୍ଷା ଜଳ ଜରିଆରେ ଚାଷ କରାଯାଇପାରୁ ଥିବାରୁ ଜଳବାୟୁ ପରିବର୍ତନରେ ଏହି ଚାଷର ବିଶେଷ କ୍ଷତି ହୁଏନାହି ।ଏଣୁ ବର୍ତମାନ ସରକାରୀ ସ୍ତରରେ ଏହି ଖାଦ୍ୟକୁ ପ୍ରତ୍ସାହନ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମାଣ୍ଡିଆରେ ପ୍ରସ୍ତୁତି ଖାଦ୍ୟ ଦ୍ରବ୍ୟ ଲୋକମାନକୁ ଯୋଗାଇ ଦେବାଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ରୂପ ଭାନୁ ମିଶ୍ର ଯୋଗ ଦେଇ ମାଣ୍ଡିଆର ପୌଷ୍ଟିକ ତତ୍ୱ ବିଷୟରେ ସବିଶେଷ ଆଲୋଚନା କରିଥିଲେ । କୃଷି ଅଧିକାରୀ ଡ. ମନୋଜ କୁମାର ଚାନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମାଣ୍ଡିଆ ଦିବସ ପାଳନର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥି ମାନେ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହିତ ଚାଷୀ ଓ ଖାଦ୍ୟ ପ୍ରସ୍ତୁତ କାରୀଙ୍କୁ ଉତ୍ସାହିତ କରିଥିଲେ । ଶେଷରେ କୃଷି ଅଧିକାରୀ ଡ. ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକ ରେ ଜିଲ୍ଲାର ବିଭିନ୍ନ ପଦାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, କଲେଜ ଛାତ୍ର ଛତ୍ରୀ, ଚାଷୀ ଓ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।
