ଭାଟପଡ଼ା ଓ ଜାମଯୋଡ଼ି ସମିତିରେ ମଣ୍ଡି ଉଦ୍ଘାଟିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଭାଟପଡ଼ା ଓ ଜାମଯୋଡ଼ି ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଯଥାରୀତି ପୂଜାର୍ଚ୍ଚନା କରାଯାଇ ମଣ୍ଡି ଉଦ୍ଘାଟନ ହୋଇଥିଲା । ଭାଟପଡ଼ା ସେବା ସମବାୟ ସମିତିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ ଯୋଗ ଦେଇ ମଣ୍ଡି ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ସଭାପତି ବିଜୟ କୁମାର ମହାପାତ୍ର, ସମ୍ପାଦକ କୃପାସିନ୍ଧୁ ଦାସ, କର୍ମଚାରୀ ପ୍ରଫୁଲ୍ଲ କୁମାର ସାହୁ, ଦେବକାନ୍ତ ନାୟକ, ଚାଷୀ କମିଟି ସଦସ୍ୟ ବିଜୟ କୁମାର ନାୟକ, ସରୋଜ କୁମାର ଦାସ, ସୀତାକାନ୍ତ ନାୟକ, ବିଶ୍ୱନାଥ ନାୟକ, ଚାଷୀ ମମତାମୟୀ ପାଢ଼ୀ, ଗଣେଶ ପ୍ରସାଦ ନାୟକ, ରଘୁନାଥ ପାତ୍ର, କୈଳାସ ରାଉଳ, ପ୍ରତାପ ଜେନା, ଦେବବ୍ରତ ପାଢ଼ୀ, ଦେବୀପ୍ରସାଦ ପତି, ମୃତ୍ୟୁଞ୍ଜୟ ଦାସ, ତରଣୀସେନ ଜେନା, ଚିତ୍ତରଂଜନ ଧଳ, ମନୋରଂଜନ ବେହେରା, ଗୋଲକ ପ୍ରସାଦ ଜେନା, ଜୟନ୍ତୀ ବିସନ୍ତରାୟ, ଅକ୍ଷୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଭାଟପଡ଼ା ସମିତିରେ ଧାନ ବିକ୍ରୟ କରିବା ପାଇଁ ୧୧୨୧ ଜଣ ଚାଷୀ ପଞ୍ଜୀକୃତ ହେଇଥିବା ଜଣାପଡ଼ିଛି । ଜାମଯୋଡ଼ି ସମବାୟ ସମିତି ଧାନମଣ୍ଡି ଉଦ୍ଘାଟନ ଉତ୍ସବରେ ସଭାପତି ଅର୍ଜୁନ ଚରଣ ନାୟକ, ସମ୍ପାଦକ ରାଜେନ୍ଦ୍ର କୁମାର ବେହେରା, କର୍ମଚାରୀ ବଳରାମ ନାୟକ, ଚାଷୀ ସୁଦର୍ଶନ ନାୟକ, ଉମାକାନ୍ତ ମହାନ୍ତି, ଅଜୟ ପରିଡ଼ା, ବସନ୍ତ ସ୍ୱାଇଁ, ଲକ୍ଷ୍ମୀଧର ବାରିକ, ଶାନ୍ତନୁ ପତି, ବିଦ୍ୟାଧର ନାୟକ, ବିନୋଦ ପଲେଇ, ରଂଜନ ପରିଡ଼ା, ରମାକାନ୍ତ ପାଣି, ଜଗବନ୍ଧୁ ଧନୀ, ଶୁକଦେବ ଧଳ, ଅନାଦି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମିତିରେ ୭୩୦ ଚାଷୀ ପଞ୍ଜୀକୃତ ହୋଇଥିବା ଜଣାଯାଇଛି ।
