ମମିତା ମେହେର ହତ୍ୟା ଘଟଣା : ମୃତଦେହ ନିକଟରୁ ମିଳିଥିବା ସୁନା ଚେନ୍ ଓ ପାଉଁଜିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ
ବଲାଙ୍ଗିର : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମମିତାଙ୍କ ମୃତଦେହ ନିକଟରୁ ମିଳିଥିବା ସୁନା ଚେନ୍ ଓ ପାଉଁଜିକୁ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ପରିବାର ଲୋକେ ମମିତାଙ୍କ ଏହି ଅଳଙ୍କାର ସବୁ ଚିହ୍ନଟ କରିବା ପରେ ପୋଲିସ ଏହାକୁ ସେମାନଙ୍କୁ ହସ୍ତାନ୍ତର କରିଛି । ତେବେ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ଅପରପକ୍ଷେ ଏହି ଘଟଣାରେ ଆଜି ବଲାଙ୍ଗିର ଜିଲ୍ଲାପାଳ ନୀତିନ କୁଶଲକରଙ୍କୁ ଭେଟିଛନ୍ତି ମମିତାଙ୍କ ବାପା, ମା । ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ଶୁଣାଣି ପାଇଁ ପରିବାର ଲୋକେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟିବା ପରେ ମନୋହରପୁର ରିଜର୍ଭରେ ଡିଆଇଜି ଓ ଏସପିଙ୍କୁ ଭେଟି ମଧ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ପରିବାର ଲୋକେ ।
