ଭବାନୀପୁରରୁ ଜିତିଲେ ମମତା ବାନାର୍ଜୀ
କୋଲକାତା : ଭବାନୀପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୮,୮୩୨ ଭୋଟରେ ବିଜୟୀ ହୋଇଛନ୍ତି । ଏହି ଆସନରେ ବିଜେପି ପ୍ରିୟଙ୍କା ତିବ୍ରେୱାଲଙ୍କୁ ପ୍ରାର୍ଥୀ କରିଥିଲା । ନିର୍ବାଚନ ଫଳାଫଳ ପରେ ପ୍ରିୟଙ୍କା ତିବ୍ରୁୱାଲ ନିଜକୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସେ ମମତା ବାନାର୍ଜୀଙ୍କ ଗଡ଼ରେ ନିର୍ବାଚନ ଲଢିଛନ୍ତି । ମମତା ୧ ଲକ୍ଷ ଭୋଟରେ ଜିତିବେ ବୋଲି ଦାବି କରିଥିଲେ କିନ୍ତୁ ସେ ସଫଳ ହେଲେ ନାହିଁବୋଲି ପ୍ରିୟଙ୍କା କହିଛନ୍ତି ।
ଏହି ବିଜୟ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ଭବାନୀପୁର ବିଧାନସଭା ଉପ-ନିର୍ବାଚନରେ ୫୮,୮୩୨ ଭୋଟ ବ୍ୟବଧାନରେ ଜିତିଛି ଏବଂ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ୱାର୍ଡରେ ଜିତିଛି । ବେଙ୍ଗଲ ନିର୍ବାଚନ ଆରମ୍ଭ ହେବା ପରଠାରୁ ଆମ ଦଳ ବିରୋଧରେ ଅନେକ ଷଡ଼ଯନ୍ତ୍ର ହୋଇଥିଲା । ଆମକୁ ହଟାଇବାକୁ କେନ୍ଦ୍ର ସରକାର ଷଡଯନ୍ତ୍ର କରିଥିଲେ, କିନ୍ତୁ ଲୋକମାନେ ମୋତେ ଜିତାଇଥିବାରୁ ମୁଁ କୃତଜ୍ଞ । ଏହା ସହ ସେ କହିଛନ୍ତି ଯେ ନିର୍ବାଚନରେ ଯେପରି ପ୍ରତିଦ୍ୱନ୍ଦ୍ୱିତା କରିପାରିବୁ ନାହିଁ ସେଥିଲାଗି କିକି ଷଡଯନ୍ତ୍ର କରାଯାଇନଥିଲା । ମୁଁ ମଧ୍ୟ ଗୋଡରେ ଆଘାତ ପାଇଛି । ତେଣୁ ଆମେ ତା’ପରେ ଉପ-ନିର୍ବାଚନ ଆସିଲା । ନିର୍ବାଚନ ଠିକ ସମୟରେ ଘୋଷଣା କରିଥିବାରୁ ନିର୍ବାଚନ ଆୟୋଗଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ” ଅପରପକ୍ଷରେ ପରାଜୟ ପରେ ପ୍ରିୟଙ୍କା କହିଛନ୍ତି, “ଯଦିଓ ସେ ଏହି ନିର୍ବାଚନରେ ଜିତିଛନ୍ତି, ତଥାପି ମୁଁ ଏହି ଖେଳର ମ୍ୟାନ୍ ଅଫ୍ ନି ମ୍ୟାଚ୍ ଅଟେ କାରଣ ମୁଁ ମମତା ବାନାର୍ଜୀଙ୍କ ଗଡ଼କୁ ଯାଇ ପ୍ରତିଦ୍ୱନ୍ଦ୍ୱିତା କରି ୨୫,୦୦୦ ରୁ ଅଧିକ ଭୋଟ୍ ପାଇଛି ।
