ଲଗାଣ ବର୍ଷା ଯୋଗୁଁ ମାଲକାନଗିରି-ମୋଟୁ ଯୋଗାଯୋଗ ବିଚ୍ଛିନ୍ନ
ମାଲକାନଗିରି : ମାଲକାନଗିରି ଜିଲାରେ ଲଗାଣ ବର୍ଷା ଜାରି ରହିଛି । ଏହି ପରିପ୍ରେକ୍ଷୀରେ କାଙ୍କୁରୁକୋଣ୍ଡା ପୋଲ ବୁଡି ଯାଇଛି । ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ସୂଚନା ଯେ, ଗତ ୨ ଦିନ ଧରି ମାଲକାନଗିରି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ଫଳରେ କାଙ୍ଗୁରୁକୋଣ୍ଡା ପୋଲ ବୁଡିଯାଇଛି । ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଥିବା ବେଳେ ସେଠାରେ ଶହ ଶହ ଲୋକେ ଫସି ରହିଛନ୍ତି । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।
