ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ : ଦୀପାଳି ଦାସ
ଭୁବନେଶ୍ୱର : ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ ନକରିବାକୁ ଅପିଲ୍ କରିଛନ୍ତି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ । ମୁଖ୍ୟମନ୍ତ୍ରୀ ଙ୍କ ଉପରେ ତାଙ୍କର ଭରସା ଅଛି । ତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି । ସେହିପରି କ୍ରାଇମବ୍ରାଂଚ ତଦନ୍ତ ରିପୋର୍ଟ ଆସିଲା ପରେ ସେ ନିଶ୍ଚିତ କିଛି କହିବେ ବୋଲି କହିଛନ୍ତି । ମଙ୍ଗଳବାର ଦିନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦୀପାଳି କହିଛନ୍ତି ଯେ ବାପାଙ୍କ ଆକସ୍ମିକ ଦେହାନ୍ତ ଘଟିଛି । ବାପାଙ୍କ ଗଲା ପରେ ମୁଖ୍ୟମନ୍ତ୍ରୀ ପିତା ଭଳି ଆମ ପରିବାର ସହ ଠିଆ ହୋଇଛନ୍ତି । ସେ ଆମ ମୁଣ୍ଡ ଉପରେ ଆଶୀର୍ବାଦର ଛାୟା ଦେଇଛନ୍ତି । ଆମ ପରିବାର ସର୍ବଦା ତାଙ୍କ ପାଖରେ କୃତଜ୍ଞ । ଜଣେ ଭଲ ଜଜ୍ ଙ୍କ ତଦାରଖରେ କ୍ରାଇମବ୍ରାଂଚ ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ଓ ପରିବାରର ଆଶା ଓ ଭରସା ଅଛି । ତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି । ତାଙ୍କ ବାପାଙ୍କ ମୃତ୍ୟୁକୁ ରାଜନୈତିକ ପ୍ରସଙ୍ଗ ନକରିବାକୁ ସେ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସେ କିଛି କହିପାରିବେନାହିଁ । କ୍ରାଇମବ୍ରାଂଚ ତଦନ୍ତ ରିପୋର୍ଟ ନଆସିବା ଯାଏ ସେ କିଛି କହିପାରିବେନି । ଆଉ କ୍ରାଇମବ୍ରାଂଚ ତଦନ୍ତ ରିପୋର୍ଟ ଆସିଲା ପରେ ସେ ନିଶ୍ଚିତ କିଛି କହିବେ ବୋଲି । ସୂଚନାଯୋଗ୍ୟ ଯେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାଶ ଏବଂ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ ।
