ତ୍ରିରଙ୍ଗା କ୍ଲବ ଦ୍ୱାରା ଆୟୋଜିତ ମକର ମିଳନ ମହୋତ୍ସବ ଉଦଯାପିତ
ବାରିପଦା : ସ୍ଥାନୀୟ ୧୫ ନମ୍ବର ୱାର୍ଡର ପୂର୍ଣ୍ଣଚନ୍ଦ୍ର ପୁର ଅଂଚଳରେ ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ଆୟୋଜିତ ମକର ମିଳନ ମହୋତ୍ସବ ଉଦଯାପିତ ହୋଇଯାଇଛି ଓ ୬ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବର ପ୍ରଥମ ତିନି ଦିନ ଧରି କୁନି କୁନି ପିଲାମାନଙ୍କ ଠାରୁ ମା ମାଉସୀଙ୍କ ମଧ୍ୟରେ ପ୍ରାୟ ୬୦ ରୁ ଉର୍ଦ୍ଧ ପ୍ରକାରର ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ତତ ସହିତ ବାରିପଦା ଓ ପାଖ ଅଂଚଳର ଯୁବକ ମାନଙ୍କ ମଧ୍ୟରେ କେରମ, ବ୍ୟାଡ଼ମିଂଟନ ଓ ମିନି ମାରାଥନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ଓ ୧୮ ତାରିଖ ସନ୍ଧ୍ୟାରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ପ୍ରତିଯୋଗୀଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ହୋଇଥିଲା ଓ ଏହି କାର୍ଯ୍ୟକ୍ରମ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ଓ ମୟୁରଭଂଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଅତିଥି ଭାବେ ଯୋଗ ଦେଇ ୮୦ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ଓ ୧୯ ତାରିଖ ସନ୍ଧ୍ୟାରେ ଝୁମର କାର୍ଯ୍ୟକ୍ରମ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ଓ ନଗରପାଳ କୃଷ୍ଣଓନନ୍ଦ ମହାନ୍ତି ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ୫ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ମଧ୍ୟରେ ସାରସ୍ୱତ ସାଧକ ପଦ୍ମନାଭ ସାହୁ, ଅଭିନେତା ଓ ନିର୍ଦ୍ଦେଶକ ଧୀର ବଶା, ଆଦର୍ଶ ଶିକ୍ଷକ ଜୟନ୍ତ କୁମାର ଦାସ, ପରିବେଶବିତ ଭାନୁମିତ୍ର ଆଚାର୍ଯ୍ୟ ଓ ଯୁବ ଅନ୍ତର୍ଜାତୀୟ ରଗବି ରେଫେରୀ ଦିବ୍ୟ ରଂଜନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଶେଷ ସନ୍ଧ୍ୟାରେ ଝୁମର କାର୍ଯ୍ୟକ୍ରମ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼ା. ଦେବାଶିଷ ମାରାଣ୍ଡି, ଏମସିସି ବ୍ୟାଙ୍କ ସଭାପତି ସୁବ୍ରମନ୍ୟମ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରାୟ ୧୦୦ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଜାତୀୟ ବଡିବିଲଡର ଓ ପ୍ରଶିକ୍ଷକ ନବ କୁମାର ସାହୁ ଓ ଯୁବ ଜାତୀୟ ବଡି ବିଲଡର ନୀତେଶ କୁମାର ବାରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ପ୍ରତ୍ୟେକ ଦିନ ସନ୍ଧ୍ୟାରେ କ୍ଲବର ସଭାପତି ଆଲୋକ କୁମାର ମହାନ୍ତି, ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ବିଶ୍ୱରଂଜନ ବାଗ, ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ବରିଷ୍ଠ ସଦସ୍ୟ ସରୋଜ ମହାପାତ୍ର, ମଳୟ ଦତ, ଅନନ୍ତ ବାଗ, ଅମିତ ତେଲେଙ୍ଗା, ଝୁନା ତେଲେଙ୍ଗା, ଶେଖ ଅଜିଜ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ I
