ଗୋବରଘାଟ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମାଣ ହେବ ହାଇଲେଭଲ ବ୍ରିଜ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଖର୍ଚ୍ଚ ହେବ ୧୦୧ କୋଟି ୬୬ ଲକ୍ଷ ଟଙ୍କା ରାସଗୋବିନ୍ଦପୁର ଏବଂ ରାଇବଣିଆ ମଧ୍ୟରେ ଯାତାୟତ ସୁଗମ ହେବ
ବାରିପଦା : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନିସିପାଲିଟି ଠାରୁ ରାଇବଣିଆ ଏବଂ ମୟୁରଭଂଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଳକ ମଧ୍ୟରେ ଯାତାୟତ ସୁବିଧା ପାଇଁ ସୁବର୍ଣ୍ଣରେଖା ନଦୀ ଉପରେ ଏକ ହାଇଲେଭଲ୍ ବ୍ରିଜ ନିର୍ମାଣକୁ ଆଜି ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ବାଲେଶ୍ୱର ଜିଲ୍ଲାର ପୁରୁଣା ଜାତୀୟ ରାଜପଥର ଜଳେଶ୍ୱର ବାଇ ପାସ ଠାରୁ ଡି.ପି ପ୍ରାଇମେରୀ ସ୍କୁଲ ଛକ ମଧ୍ୟରେ ଗୋବରଘାଟ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ଏକ ହାଇ ଲେଭଲ୍ ବ୍ରିଜ ନିର୍ମାଣ କରାଯିବ । ଏହି ବ୍ରିଜ ନିର୍ମାଣ ଦ୍ୱାରା ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ମ୍ୟୁନିସିପାଲିଟି ଠାରୁ ଜଳେଶ୍ୱର ବ୍ଳକର ରାଇବଣିଆ ଏବଂ ମୟୂରଭଂଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ମଧ୍ୟରେ ଗମନାଗମନ ସୁବିଧା ସହିତ ଉଭୟ ଜିଲ୍ଲାର ଜନସାଧାରଣଙ୍କ ଆର୍ôଥକ ଉନ୍ନତିରେ ଏହା ସହାୟକ ହେବ ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀ ଏହି ହାଇଲେଭଲ୍ ବ୍ରିଜ୍ ନିର୍ମାଣ ପାଇଁ ୧୦୧ କୋଟି ୬୬ ଲକ୍ଷ ଟଙ୍କା ଅନୁମୋଦନ କରିବା ସହିତ ୩୬ ମାସ ମଧ୍ୟରେ ଏହା ସମ୍ପୁର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ବ୍ରିଜ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବୀ ହୋଇ ଆସୁଥିବା ବେଳେ, ଆଜି ଏହି ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର ବାଜି ଥିବାରୁ ସ୍ଥାନୀୟ ଜନତା ଖୁସିପ୍ରକଟ କରିଛନ୍ତି । ଏବାବଦରେ ବାରିପଦା ଷ୍ଟାଡିୟମ ସଭାକକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ସଭାପତି ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ମରୋଡା ବିଧାୟକ ରାଜକିଶୋର ଦାସ, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ, ବିଜେଡି ମହିଳା ଜିଲ୍ଲା ସଭାପତି ଦିପ୍ତିଲତା ମିଶ୍ର, ଏମସିସି ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତି ଯୋଗଦେଇ ରାସଗୋବିନ୍ଦପୁର ବାସୀଙ୍କ ଦୀର୍ଘ ଦିନର ଦାବୀ ପୁରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି ।
