ବଡ଼ଗମ୍ଭାରୀଆରେ ମକର ମେଳା
କେନ୍ଦୁଝର : ପାଟଣା ବ୍ଲକ ର କେନ୍ଦେଇପୋଷି ଗ୍ରାମପଂଚାୟତ ଅନ୍ତର୍ଗତ ବଡ଼ଗମ୍ଭାରୀଆ ଗ୍ରାମରେ ବାବା ବାରଖଣ୍ଡା ଯୁବକ ସଙ୍ଘଦ୍ୱାରା ମକର ସଂକ୍ରାନ୍ତି ଉପଲକ୍ଷେ ବିଘନେଶ୍ୱର ମହାଦେବ ମନ୍ଦିର କୁ ନିଜ ପ୍ରଚେଷ୍ଟା ରେ ଶ୍ରମ ଦାନ କରି ରାସ୍ତା ଓ ରଙ୍ଗ କାମ କରି ମକର ମେଳା ଯାତ୍ରା କାର୍ଯ୍ୟକର୍ମ ଅନୁଷ୍ଠିତ କରୁଛନ୍ତି । ଏଥିରେ ୧୪ ତାରିଖ ଠାରୁ ୧୮ ତାରିଖ ମେଳା ଅନୁଷ୍ଠିତ ହୋଇଛି ତା ସହିତ ଶନିବାର ମାଗଣାରେ ଯାତ୍ରା ଗୌରୀ ନନ୍ଦନ ଓପେରା ଦେଖିବା ସହିତ ମିନାବଜାର ହେଉଅଛି ଏବଂ ପ୍ରସାଦ ସେବନ ବ୍ୟବସ୍ଥା କରିଛନ୍ତି । ପୂଜକ ଦେବେନ୍ଦ୍ର ତ୍ରିପାଠୀ ଙ୍କ ତତ୍ୱବଧାନ ରେ ଯୁବକ ସଂଘ ର ସଦସ୍ୟ ବିଷ୍ଣୁ ନାଏକ, ଶୁସିଲ ରାଉତ, ଅଭିଷେକ ମହାପାତ୍ର, ଲୋହିତ ମହାପାତ୍ର, ସନ୍ତୋଷ ମହାନ୍ତ, ମକରା ନାଏକ, ଟୀମା ନାଏକ,ହିରୋ ନାଏକ,ବୁଲୁ ମହାନ୍ତ ଓ ବାପି ମହାନ୍ତି ସହଯୋଗ ରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଛି । ବହୁସଂଖାରେ ଭକ୍ତ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୂଜକ ନିବେଦନ କରିଛନ୍ତି ।
