ମହାଗୁରୁ ପଣ୍ଡିତ ଭୂପତିଭୂଷଣ ମିଶ୍ରଙ୍କୁ ‘ବୈଷ୍ଣବ ଶିରିପା ଶ୍ରୀ’ ସମ୍ମାନ ପ୍ରଦାନ
ଯାଜପୁର : ଯାଜପୁରର ଅକରପଡ଼ା ଗ୍ରା.ପ.ର ବଡ ଦୋଗଡ଼ା ବୈଷ୍ଣବ ସାହି ସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥଙ୍କର ମୁଖ୍ୟ ପୁରୋହିତ ପଣ୍ଡିତ ହୃଷିକେଶ ପତିଙ୍କ ପୌରୋହିତ୍ୟରେ ସଂବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଯାଜପୁରର ବିଶିଷ୍ଟ ସଂସ୍କୃତ ବିଶାରଦ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କୁ ବୈଷ୍ଣବ ସଂପ୍ରଦାୟ ତରଫରୁ ବୈଷ୍ଣବ ଶିରିପା ଶ୍ରୀ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ବାଳମୁକୁଳି କାହ୍ନୁପୁରର ଅଧିକାରୀ ଉମାକାନ୍ତ ଦାସ, ଇନ୍ଦାରୋଇ ଗ୍ରାମର ଅଧିକାରୀ ବୈଷ୍ଣବ ତପନ କୁମାର ଦାସ, ଆନନ୍ଦପୁରର ଅଧିକାରୀ ବୈଷ୍ଣବ ନାରାୟଣ ଚନ୍ଦ୍ର ଦାସ, ବୃନ୍ଦାବନପୁରର ଅଧିକାରୀ ବୈଷ୍ଣବ ପ୍ରଫୁଲ୍ଲ କୁମାର ଦାସ, ଓଳାଭର ନମ୍ତରା ଗ୍ରାମର ସୋନୁ ବାବା, ବଡ଼ଦୋଗଡ଼ା ବୈଷ୍ଣବ ବିଶ୍ୱମ୍ଭର ଦାସ, ତେନ୍ତୁଳିଢ଼ିହ ଅଧିକାରୀ ରାଧାକାନ୍ତ ଦାସ, ସୁବାସ ଚନ୍ଦ୍ର ଦାସ, ସୀତାକାନ୍ତ ଦାସ, କମଳାକାନ୍ତ ଦାସ, ବ୍ରଜକିଶୋର ଦାସ, ବସୁଦେବ ଦାସ, ଶ୍ରୀନାଥ ଦାସ, ବିବେକାନନ୍ଦ ଦାସ, ଆଲୋକ ଦାସ, ଭଗବନା ଦାସ ପ୍ରମୁଖ ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ହୋଇ ବୈଷ୍ଣବ ଶିରିପା ପ୍ରଦାନ କରିଥିଲେ । ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ କୁମାର ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ସମ୍ବର୍ଦ୍ଧନା ଏକ ଅନନ୍ୟ ପରଂପରା ଏବଂ ଏହାଦ୍ୱାରା ଉତ୍କଳୀୟ ଚେତନା ଓ ଗୌରବର ପ୍ରତିଷ୍ଠାତା ପୂର୍ବସୂରୀ ମାନଙ୍କର ପଦାଙ୍କ ଅନୁସରଣ କରି ବୈଷ୍ଣବ ସମ୍ପ୍ରଦାୟର ଅତୀତର ଗାଥାକୁ ପ୍ରକାଶ କରିଥିଲେ । ଶିକ୍ଷାବିତ୍ ବିଦ୍ୟୁତ ଲତା ଦାସ, ମୁଖ୍ୟବକ୍ତାଭାବେ ଓ ବରିଷ୍ଠ ସେବାୟତ ମଞ୍ଜୁଲତା ଦାସ, ଅନ୍ନପୂର୍ଣ୍ଣା ଦାସ, ରେଣୁବାଳା ଦାସ ପ୍ରମୁଖ ସମ୍ମାନିତ ଅତିଥିମାନେ ଯୋଗଦେଇ ଉତ୍ସବର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଅଧିକାରୀ ନବ କିଶୋର ଦାସ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବୈଷ୍ଣବ ପ୍ରୀତିକାନ୍ତ ଦାସ ଧନ୍ୟବାଦ ଦେଇଥିଲେ ।
