ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ
ଯାଜପୁର : ଜିଲ୍ଲାପାଳ ଗ୍ରାମ୍ୟ ଊନ୍ନୟନ ସଂସ୍ଥାସମ୍ମିଳନୀ ଗୃହରେଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତହୋଇଥିଲା । ଏଥିରେ ଯାଜପୁର ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରିବା ସହ କହିଲେ ଯେ,ଅଭିଯୋଗ ଏବଂ ସମସ୍ୟାର ସମାଧାନ ହେଊଚ୍ଥି ଜିଲ୍ଲାରେ ପ୍ରଶାସନର ଅଂଶ ବିଶେଷ । ଅଭିଯୋଗ ଶୁଣାଣି ପ୍ରକ୍ରିୟାର ଊଦ୍ଦେଶ୍ୟ ହେଊଚ୍ଥି ଲୋକ ମାନଙ୍କ ସମସ୍ୟା ଗୁଡିକୁ ତ୍ୱରିତ ସମାଧାନ କରି ପରିଚାଳନାରେ ସ୍ଥିରତା, ସ୍ୱଚ୍ଚ୍ଥତା ଏବଂ ନ୍ୟାୟକୁ ଊତ୍ସାହିତ କରିବା । ପଂଳରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ଊତ୍ତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇପାରିବ ବୋଲି ସେ କହିଥିଲେ । ଏହି ଶିବିରରେ ଆବାସ ଯୋଜନା, ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା, ଜମିଜମା ସମ୍ୱନ୍ଧୀୟ, ଇତ୍ୟାଦି ସଂପର୍କରେ ଏହି ଅଭିଯୋଗ ଗୁଡିକ ପଂଜିକୃତ ହୋଇଥିଲା । ଏହି ଶୁଣାଣିରେ ମୋଟ ୧୪୮ ଗୋଟି ଅଭିଯୋଗ ମଧ୍ୟରୁ ୧୩୯ ଗୋଟି ବ୍ୟକ୍ତିଗତ, ୩୨ ଗୋଟି ରେଡକ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିପଂ ପାଂଠିରୁ ସହାୟତା ପାଇଁ ୨୬ ଗୋଟି, ସାମୁହିକ ୦୯ ଗୋଟି ଆବେଦନ ପତ୍ର ମିଳିଥିଲା । ତତ୍କ୍ଷଣାତ୍ ୬୪ଗୋଟି ଆବେଦନର ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗର ସମାଧାନ କର୍ତ୍ତୃପକ୍ଷ ଅଧିକାରୀମାନଙ୍କ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଗଲା । ଚଳିତ ମାସ ୧୭ତାରିଖ ସୋମବାର ଦାନଗଦୀ ବ୍ଳ୍କ କାର୍ଯ୍ୟାଳୟ ଠାରେ, ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ସୁକିନ୍ଦା ବ୍ଳ୍କ କାର୍ଯ୍ୟାଳୟ ଠାରେ, ଅକ୍ଟୋବର ୩୧ ତାରିଖ ସୋମବାର ରସୁଲପୁର ବ୍ଳ୍କ କାର୍ଯ୍ୟାଳୟ ଠାରେ ଦିବା ୧୦ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ବିଭାଗୀୟ ପତ୍ର ମାଧ୍ୟମରେ ଅବଗତ କରାଇଚ୍ଥନ୍ତି । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର., ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ,ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଜିଲ୍ଲାରେ ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋତ୍ତମା ପୃଷ୍ଟି ,ଊପଖଣ୍ଡ ଆରକ୍ଷୀ ଅଧିକ୍ଷକ ସରୋଜ କୁମାର ଊପାଧ୍ୟାୟ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଓ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
