ମହାନଦୀବିହାର ପେନସନର୍ସ ଆସୋସିଏସନର ବାର୍ଷିକ ଉତ୍ସବ
????????????????????????????????????
କଟକ : ମହାନଦୀବିହାର ପେନସନର୍ସ ଆସୋସିଏସନର ୨୫ତମ ବାର୍ଷିକ ଉତ୍ସବ ସ୍ଥାନ୍ୟୀ ମହାନଦୀଭବନରେ ସଭାପତି ପ୍ରଫେସର ଡଃ ଶଶୀଭୁଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଚାରପତି ଡଃ ଅକ୍ଷୟ କୁମାର ମିଶ୍ର ଯୋଗଦେଇ ଆସୋସିଏସନର ଆନୁକୂଲ୍ୟରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ସଂପାଦକ ଇଂ ରମେଶ ଚନ୍ଦ୍ର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପ୍ରଧାନ ଆୟବ୍ୟୟର ବିବରଣୀ ଉପସ୍ଥାପନା କରିଥିଲେ । ଉପଦେଷ୍ଟା ଇଂ ଗୋପାଳକୃଷ୍ଣ ବେହେରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବୟୋଜ୍ୟେଷ୍ଠ ସଦସ୍ୟ ଇଂ ରମେଶ ଚନ୍ଦ୍ର ମହାପାତ୍ର, ଇଂ ଶରତ କୁମାର ପାଣି, ଅରୁଣ କୁମାର ମହାନ୍ତି, ଇଂ ଗୋବିନ୍ଦ ଚନ୍ଦ୍ର ସାହୁ, ଇଂ ଧନୁର୍ଦ୍ଧର ମିଶ୍ର, ପ୍ରଫେସର ଡଃ ଶଶୀଭୁଷଣ ମହାନ୍ତି ଓ ଇଂ ଜଗନ୍ନାଥ ପ୍ରସାଦ ମହାନ୍ତିଙ୍କୁ ବୟୋଜ୍ୟେଷ୍ଠ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ଉପସଭାପତି ଇଂ ତାପସ ଚନ୍ଦ୍ର ସାମନ୍ତ ଧନ୍ୟବାଦ ଦେଇଥିଲେ । ଯୁଗ୍ମ ସଂପାଦକ ପ୍ରମୋଦ ଚନ୍ଦ୍ର ଦାଶ, ବିଷ୍ଣୁପ୍ରସାଦ କର, ପ୍ରହଲ୍ଲାଦ ମହାନ୍ତି, ଇଂ ନିମାଇଁ ଚରଣ ମହାନ୍ତି ଓ ଶରତ ଚନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
