ବାଘ ସଫାରୀରୁ ବାହାରିଲା ମହାବଳ ରାଜେଶ
ବାରଙ୍ଗ : ନନ୍ଦନକାନନରେ ଅଘଟଣ । ବାଘ ସଫାରୀ ମଧ୍ୟରୁ ବାହାରିଗଲା ମହାବଳ ବାଘ ରାଜେଶ । କର୍ମଚାରୀଙ୍କ ଉଦ୍ୟମ ଯୋଗୁ, ପୁଣି ସଫାରୀକୁ ଫେରିଲା ମହାବଳ ରାଜେଶ । ପର୍ଯ୍ୟଟକ ଓ କର୍ମଚାରୀ ସମସ୍ତେ ସୁରକ୍ଷିତ ।
ଗୁରୁବାର ସକାଳେ ଫିଡିଂ ଚାମ୍ବରରୁ ରାଜେଶ ଓ ରୂପା ନାମକ ଦୁଇଟି ମହାବଳ ବାଘକୁ ସଫାରୀ ମଧ୍ୟକୁ ଛଡା ଯାଇଥିଲା । କିଛି ସମୟ ମଧ୍ୟରେ ରାଜେଶ ନାମକ ଅଣ୍ଡିରା ମହାବଳ ବାଘ ସଫାରୀ ପାଚେରୀ ଡେଇଁ, କର୍ମଚାରୀ ଯାତାୟତ ପାଇଁ ରହିଥିବା ଏକ ରାସ୍ତାକୁ ଚାଲି ଆସିଥିଲା । ସେହି ସମୟରେ ସେଠାରେ କେହି କର୍ମଚାରୀ ନଥିବା କାରଣରୁ ବାଘ କାହାର କ୍ଷତି କରି ନଥିଲା । ଖବର ପାଇ ନନ୍ଦନକାନନ କର୍ମଚାରୀ ହୋ ହାଲ୍ଲା କରିବାରୁ ମହାବଳ ରାଜେଶ ପୁଣି ସଫାରୀ ମଧ୍ୟମକୁ ଡେଇଁ ଫେରି ଯାଇଥିଲା । ତେବେ କର୍ତ୍ତୃପକ୍ଷଙ୍କ ତରଫରୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇନାହିଁ ।
