ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଓ ପୁଅ ଗିରଫ
ଭୁବନେଶ୍ୱର : ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ଘରୁ ଉଠାଇ ଖୋର୍ଦ୍ଧା ପୋଲିସ ଉଠାଇ ନେଇଛି । ମାନସଙ୍କ ନାଁରେ ହତ୍ୟା ଉଦ୍ୟମ ଓ ଧମକ ଦେବା ଆଦି ବହୁ ସଂଗୀନ ଅଭିଯୋଗ ରହିଛି । ଏଥିସହ ତାଙ୍କ ପୁଅ ମନୋରଂଜନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
ମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ କହିଛନ୍ତି ଅଗଷ୍ଟ ୩ରେ ସଙ୍ଗଠିତ ହୋଇଥିବା ଏକ ହତ୍ୟା ଘଟଣାର ପ୍ରଚ୍ଛଦ ପଟର ଚେହେରା ହେଉଛନ୍ତି ମାନସ ଦାସ । ହତ୍ୟା ମାମଲାରେ ଘଟଣା ଘଟିବାର ଦିନକ ଭିତରେ ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା । ହେଲେ ମାମଲାର ପଛରେ ଥିବା ବ୍ୟକ୍ତିଙ୍କ ନିକଟରେ ପୁଲିସ ପହଂଚି ପାରିନଥିଲା ।ଏହାରି ଭିତରେ ଏକ ଭାଇରାଲ ଭିଡିଓରେ ବାପା, ପୁଅଙ୍କୁ ନିସ୍ତୁକ ମାଡ଼ ମାରିବା ମାମଲାରେ ମାନସ ଦାସ ଓ ମନୋରଞ୍ଜନ ଦାସ ପ୍ରଥମ ଥର ପାଇଁ ବିବାଦ ଘେରକୁ ଆସିବା ପରେ ଉଭୟଙ୍କ ବିରୋଧରେ ଅଭିଯୋଗ ଲମ୍ବି ଚାଲିଥିଲା । ହତ୍ୟା ମାମଲାର ଠିକ୍ ମାସେ ପରେ ଗୁରୁଜୀ ବାପା, ପୁଅଙ୍କୁ ପୁଲିସ ଗିରଫ କରିଛି । ପୁଲିସ କହିଛି ହତ୍ୟା ମାମଲାରେ ଜେଲରେ ଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୁଲିସ ଯେତେବେଳେ ଜେରା କରିଥିଲା ସେତେବେଳେ ଏତଲା ବାହାରେ ଆଉ ଦୁଇ ଜଣଙ୍କ ନାଁ ସାମ୍ନାକୁ ଆସିଲା । ପ୍ରତ୍ୟକ୍ଷ ଭାବେ ଅପରାଧ ଘଟୁଥିବା ସ୍ଥାନରେ ଉପସ୍ଥିତ ନଥିଲେ ବି ପରୋକ୍ଷ ଭାବେ ମାନସ ଦାସ ଏହାକୁ ଘଟାଇଥିବା ପୁଲିସ ଜାଣିବାକୁ ପାଇଥିଲା ।
ଅପରାଧିକ ଷଡ଼ଯନ୍ତ୍ର କରି ତାଙ୍କୁ ମାରିବା, ଶବ ପୋଡିଦେଇ ପ୍ରମାଣ ନଷ୍ଟ କରିବା ଭଳି ଅଭିଯୋଗ ଆସିଥିଲା ମାନସ ଦାସ ନାଁରେ । ଆଉ ଯେତେବେଳେ ପୁଲିସ ଉଭୟ ବାପା, ପୁଅଙ୍କ ବିରୋଧରେ ଆପାତତଃ ପ୍ରମାଣ ପାଇଗଲା, ସେତେବେଳେ ଉଭୟଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୁଲିସ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ କଡବ ଗାଁରେ ମାଗୁଣୀ ନାୟକ ଓ ତାଙ୍କ ପୁଅଙ୍କୁ କୋଠ ଘର ଭିତରେ ପୂରାଇ ମାଡ଼ ମରାଯାଇଥିଲା । ଯାହାର ଭିଡିଓ ଭାଇରାଲ୍ ହୋଇଥିଲା । ଏହା ପରେ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ମାଗୁଣୀ ଓ ତାଙ୍କ ପୁଅଙ୍କୁ ପଚରାଉଚରା କରିଥିଲା । ଘଟଣାରେ ମାନସ ଦାସଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗରେ ଦର୍ଶାଯାଇଥିଲା ।
