ମଧ୍ୟପ୍ରଦେଶ ବେତୁଲରେ ବୋରୱେଲ ମଧ୍ୟରେ ଫସିଥିବା ୬ ବର୍ଷିୟ ବାଳକ ତନ୍ମୟଙ୍କ ମୃତ୍ୟୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶିବରାଜ
ଭୋପାଳ : ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାର ମାଣ୍ଡବି ଗ୍ରାମରେ ବୋରୱେଲ ମଧ୍ୟରେ ଫସିଥିବା ୬ ବର୍ଷିୟ ବାଳକ ତନ୍ମୟଙ୍କ ମୃତ୍ୟୁ ଘଟିଛି । ୫ ଦିନ ପରେ ବୋରୱେଲ ଭିତରୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଉଦ୍ଧାର ତନ୍ମୟଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ । ଅନ୍ୟପକ୍ଷରେ ତନ୍ମୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ପ୍ରକାଶ ଥାଉକି, ମଙ୍ଗଳବାର ସଂନ୍ଧ୍ୟାରେ ଖେଳିବା ବେଳେ ସେ ଅସାବଧାନତାବଶତଃ ଏହି ପରିତ୍ୟକ୍ତ ବୋରୱେଲ ମଧ୍ୟକୁ ଖସି ପଡିଥିଲେ । ୪୦୦ ଫୁଟ୍ ଗଭୀର ଏହି ବୋରୱେଲର ୩୮ ଫୁଟ୍ ରେ ସେ ଫସି ରହିଥିଲେ । ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିଲା ।
