ମା ମଙ୍ଗଳା କ୍ରିକେଟ ପ୍ରତିଯୋଗୀତା ଉଦ୍ଘାଟିତ, ଧନେଶ୍ୱର ବିଜୟୀ
କୋରାଇ : କୋରାଇ ବ୍ଲକ ଅନ୍ତର୍ଗତ ପଥରପଦା ପଂଚାୟତ ଅନ୍ତର୍ଗତ ଖୋସାଲପୁର ଗ୍ରାମର ମା ମଙ୍ଗଳା କ୍ରିକେଟ କ୍ଲବ ଆନୁକୂଲ୍ୟରେ ୭ମ ବାର୍ଷିକ କ୍ରିକେଟ ପ୍ରତିଯୋଗୀତା ଉଦ୍ଘାଟିତ ହୋଇଛି । ତ୍ରୀଦ୍ୱିବସୀୟ ଖେଳରେ ମୋଟ ୧୬ଟି ଦଳ ଭାଗ ନେବେ । ମୁଖ୍ୟ ଅତିଥିଭାବେ ଯୁବ ଆଇନଜିବୀ ବିଜୟ ସାହୁ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ମ୍ୟାଚ ଧନେଶ୍ୱର ବନାମ ଖୋସାଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଧନେଶ୍ୱର ପ୍ରଥମେ ଟସ ଜିତି ନିର୍ଦ୍ଦାରିତ ୧୦ ଓଭରରେ ୭ ୱିକେଟ ହରାଇ ୧୫୫ରନ ସଂଗ୍ରହ କରିଥିଲା । ଜବାବରେ ଖୋସାଲପୁର ମାତ୍ର ୪୫ ରନରେ ସମସ୍ତ ୱିକେଟ ହରାଇ ପରାଜୟ ବରଣ କରିଥିଲା । ରାଧେଶ୍ୟାମ ପାଢୀ ଓ କୁନି ପ୍ରଧାନ ମ୍ୟାଚ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ନିର୍ମଳ ଦାସ ଓ ମାନସ ବାରିକଙ୍କ ଦ୍ୱାରା ଧାରରାବିବରଣୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ରମେଶ ସାହୁ, ସମ୍ପାଦକ ରାଜେଶ ତ୍ରିପାଠୀ, ସଂଜୁ ସାହୁ, ମୁନା ସାହୁ, ରାଜୁ ସାହୁ, ଗଣେଷ ସାହୁ, କୁନା ସାହୁ ପ୍ରମୁଖ ସହଯୋଗ କରିଥିଲେ
