ମା’ ମହାଲକ୍ଷ୍ମୀ ମହିଳା ମିଶନ ଶକ୍ତିର ବାର୍ଷିକ ଉତ୍ସବ
କଟକ : ଯୋବ୍ରାସ୍ଥିତ ମା’ ମହାଲକ୍ଷ୍ମୀ ମହିଳା ମିଶନ ଶକ୍ତିର ବାର୍ଷିକ ଉତ୍ସବ ମିଶନ ଶକ୍ତିର କାର୍ଯ୍ୟାଳୟ କମଳାଭବନଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସଦସ୍ୟମାନେ ପୂଜା ଶାଢୀ ପିନ୍ଧି ପ୍ରାତଃ ୫ ଘଟିକାରେ ଦୀପ ପ୍ରଜ୍ୱଳନ, ମା’ ମହାଲକ୍ଷ୍ମୀଙ୍କ ପ୍ରିୟ ଧଳା ଓ ନାଲି ଛଣା ମଣ୍ଡା, ପଣା, ଖିରି ଓ ଅନ୍ନ ବ୍ୟଞ୍ଜନ ନିଜ ହାତରେ ତିଆରି କରି ଭୋଗଲାଗି କରିଥିଲେ । ଏହାପରେ ଭଜନ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସକାଳ ୫ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ମିଶନ ଶକ୍ତିର ସଦସ୍ୟମାନେ ରଥଯାତ୍ରା, କାର୍ତ୍ତିକ ପୂର୍ଣ୍ଣିମା, ଧନୁ ସଂକ୍ରାନ୍ତି, ବଉଳ ଅମାବାସ୍ୟା, ଶାମ୍ବ ଦଶମୀ ଓ ମକର ସଂକ୍ରାନ୍ତି ଆଦିରେ ବିଭିନ୍ନ ମନ୍ଦିରରରେ ବ୍ରାହ୍ମଣ ଓ ନିରାଶ୍ରୟମାନଙ୍କୁ ଖାଦ୍ୟ ସହ ବସ୍ତ୍ର ବିତରଣ କରିଆସୁଛନ୍ତି । ସମାଜର ମଙ୍ଗଳ ପାଇଁ ଇଷ୍ଟଦେବୀ ମା’ ମହାଲକ୍ଷ୍ମୀ ଓ ଇଷ୍ଟଦେବତା ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏହି ମିଶନ ଶକ୍ତି ପକ୍ଷରୁ ପ୍ରାର୍ଥନା କରାଯାଉଛି ।
