ନିଆଁ ସହିତ ଜୀବନ ଜଗତର ଦର୍ଶନ ଅବିଚ୍ଛେଦ୍ୟ’
ତିହିଡ଼ି : ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚର ‘ଶୀତସଞ୍ଜ, ଉଷୁମତାତି ଓ କଥା କବିତାର କକଟେଲ ନିଆରା ସୃଜନ ପର୍ବ ଅନୁଷ୍ଠିତ ଅଗ୍ରଣୀ ସାହିତ୍ୟ ସଂଗଠନ ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ବଡ଼ଦିନ ସନ୍ଧ୍ୟାରେ ଆୟୋଜିତ ‘ଶୀତସଞ୍ଜ, ଉଷୁମତାତି ଓ କଥା କବିତାର କକଟେଲ୍?’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କବି ବପ୍ଳବ ରଞ୍ଜନ ପତିଙ୍କ ସଂଚାଳନାରେ ସ୍ଥାନୀୟ କାଳୀପଡ଼ିଆରେ ଅନୁ୍?ଷ୍ଠିତ ଏହି ମନୋଜ୍ଞ ସାରସ୍ୱତ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ତ୍ରିପାଠୀ ଯୋଗଦେଇ ଅଗ୍ନି ସହିତ ମହିମାଧର୍ମର ଶୂନ୍ୟସାଧନା ଓ ସନ୍ଥକବି ଭୀମଭୋଇଙ୍କ ମାନବ କଲ୍ୟାଣର ବାଣୀକୁ ସ୍ମରଣ କରିଥିଲେ । ମୁଖ୍ୟବକ୍ତା ଭାବେ ‘ମାଟିଶେଯ’ କାବ୍ୟସ୍ରଷ୍ଟା ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ ଯୋଗଦାନ କରି ନିଆଁ ହେଉଛି ମହାପଞ୍ଚ ଭୂତର ଅଂଶବିଶେଷ ଓ ସୃଷ୍ଟିର ଆଦିଉତ୍ସ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ କବି ପି. ହୃଷୀକେଶ ଓ ସମ୍ମାନିତ ବକ୍ତା ଭାବେ ସାହିତ୍ୟିକ ବିଭୂତି ଭୂଷଣ ସେନାପତି ଯୋଗଦେଇ ପ୍ରସଂଗ ଆଧାରିତ ବକ୍ତବ୍ୟ ପ୍ରଦାନ କରିଥିଲେ । କବି ରବିକୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କବି ନିଳମାଧବ ସେନାପତି ନିର୍ମଳ ଚନ୍ଦ୍ର ଦଳେଇ ଅମୂଲ୍ୟ ସେନାପତି ମନୋଜ ପାଣିଗ୍ରାହୀ ପିତାମ୍ୱର ସେଠୀ ସୁଧାରଂଜନ ମହାନ୍ତି ଆଶୁତୋଷ କରଣ ବିଶ୍ୱମୈତ୍ରୀ ନାୟକ ବିଜୟ ବେହେରା ମୁକୁନ୍ଦଦେବ ନାୟକ ସରୋଜ କୁମାର ଓଝା ଅଭୟ ଦାସ ରୁବିଲତା ଦାସ ଅକ୍ଷୟ ଦାସ ମନୋରଂଜନ ମୁଦୁଲି ହିମାଦ୍ରି ରାଉତରାୟ ରିନାରାଣୀ ପାତ୍ର ପ୍ରଭୃତି କବିଗଣ ସ୍ୱରଚିତ ଗଳ୍ପପାଠ ଓ କବିତା ଆବୃତ୍ତି କରିଥିଲେ । ମଞ୍ଚର ଆବାହକ ଯୁବଗାଳ୍ପିକ କୈଳାସ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁବକବି ନିରଞ୍ଜନ ବାରିକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଦସ୍ୟ କବି ଦେବେନ୍ଦ୍ରନାଥ ମହାଳିକ ପ୍ରଶାନ୍ତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ଓ ସଂଯୋଜକ କବି ବିସ୍ମୟବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମଞ୍ଚର ଉପଦେଷ୍ଟା ଅଧ୍ୟାପକ ବିଶ୍ୱରଞ୍ଜନ ଦାସଙ୍କ ଦ୍ୱାରା ଧୁନି ନିର୍ବାପନ କରାଯାଇଥିଲା ।
