କଳାଗୁଡା ଜଙ୍ଗଲରେ ଅବକାରୀ ଚଢ଼ଉ
ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ କଳାଗୁଡା ଜଙ୍ଗଲରେ ଅବକାରୀ ଚଢଉ ହୋଇଛି । ଜୟପୁର ସଦର ପୋଲିସ, ବୈପାରିଗୁଡା ଓ ଜୟପୁର ଅବକାରି ବିଭାଗ ପକ୍ଷରୁ ଏହି ମିଳିତ ଚଢଉ କରାଯାଇଥିଲା । ଜଙ୍ଗଲରେଦେଶି ମଦ ପ୍ରସ୍ତୁତ କରୁଥିବା ସୂଚନା ପାଇ ଚଢଉ କରାଯାଇଥିଲା । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଘଟଣାସ୍ଥଳରେ ବହୁ ମଦଭାଟି ଭାଙ୍ଗିବା ସହ ୧୨ ଶହ ଲିଟର ପୋଚ ଓ ୨ ଶହ ଲିଟର ଦେଶି ମଦକୁ ଜବତ କରି ନଷ୍ଟ କରାଯାଇଛି । ଘଟଣାସ୍ଥଳରୁ ମଦରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତ I
