ଦେଶି ମଦ ଚାଲାଣ ବେଳେ ଚଢ଼ାଉ, ଜଣେ ଗିରଫ
ଜୟପୁର : ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଚଢାଉ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଲିମା ଗ୍ରାମର କୁମାର ବିଷୋୟୀ (୨୫) । ଅବକାରି ବିଭାଗ ସୁଚନା ଅନୁଯାଇ ଲିମା ଗ୍ରାମର କୁମାର ବିଷୋୟୀ ଏକ ବାଇକରେ ୩ଟି ଟିୟୁବ ଦେଶି ମଦ ଚାଲାଣ କରୁଥିବା ବେଳେ ଜୟପୁର ଅବକାରି ବିଭାଗ ଦୁବିଗୁଡା ନିକଟରେ ଚଡାଉ କରିଛି । ଚଢାଉ କରି ୯୦ ଲିଟର ଦେଶି ମଦ ଓ ବାଇକ କୁ ଜବତ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରି ଓଆଇସି ସଂଚୟ କୁମାର କାଣ୍ଡି ସୁଚନା ଦେଇଛନ୍ତି ।
