ଡିମଳାରେ ଅବକାରୀ ଚଢାଉ
ଜୟପୁର : ଦେଶି ମଦ ପ୍ରସ୍ତୁତ କରୁଥିବା ସୂଚନା ପାଇ ଜୟପୁର ଅବକାରୀ ବିଭାଗ ଡିମଳା ନିକଟ ଜଙ୍ଗଲରେ ଚଢାଉ କରିଛି । ଚଢାଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଘଟଣା ସ୍ଥଳରେ ବହୁ ମଦ ଭାଟି ଭାଙ୍ଗିବା ସହ ୧ ହଜାର ଲିଟର ପୋଚ ଓ ୩୦ ଲିଟର ଦେଶି ମଦ କୁ ଜବତ କରି ନଷ୍ଟ କରିଛି । ଘଟଣା ସ୍ଥଳରୁ ମଦ ରନ୍ଦା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ଜୟପୁର ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
