ଢେଙ୍କାନାଳ ଜଙ୍ଗଲରେ ବୁଲୁଛି ଚିତାବାଘ
ଢେଙ୍କାନାଳ : ଢେଙ୍କାନାଳ ଜଙ୍ଗଲରେ ବୁଲୁଛି ଚିତାବାଘ । ବନ ବିଭାଗ କ୍ୟାମେରାରେ ହେଲା କଏଦ । ବାଘର ଅବସ୍ଥିତି ନେଇ ନିଜ ଟ୍ୱିଟର ସାଇଟରେ ସୂଚନା ଦେଇଛି ଢେଙ୍କାନାଳ ବନ ବିଭାଗ । ଭିଜୁଆଲରେ ଏକ ଅଣ୍ଡିରା ଚିତାବାଘ ଜଙ୍ଗଲ ଭିତରେ ବୁଲୁଥିବାର ଦେଖିବାକୁ ମିଳିଛି । ଘଞ୍ଚ ଜଙ୍ଗଲ ଭିତରେ ବନ ବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ କଏଦ ହୋଇଛି ଏହି ଚିତାବାଘ ।
Here is our leopard in Dhenkanal Forests. It was August 15th as we pledged our commitment to conservation. Hear the sounds of the jungle when predator is on prowl. @PCCFWL_Odisha @pccfodisha @ForestDeptt @skratho @moefcc @susantananda3 pic.twitter.com/iuusSrT0fl
— DFO DHENKANAL (@DfoDhenkanal) August 23, 2021
ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ଏହି ବାଘକୁ ମିଶାଇ ମୋଟ୍ ୭ଟି ବାଘ ରହିଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଡିଏଫଓ । ଏହି ବାଘଙ୍କ ମଧ୍ୟରେ ତିନି ୪ଟି ମାଈ ବାଘୁଣୀ ରହିଥିବା ଅନୁମାନ କରାଯାଇଛି । ତେବେ ଏହି ବାଘଗୁଡିକର ସୁରକ୍ଷା ଦୃଷ୍ଟିରୁ ସଠିକ୍ କେଉଁ ଜଙ୍ଗଲରେ ଏମାନଙ୍କୁ ଠାବ କରାଯାଇଛି ସେ ସମ୍ପର୍କରେ ସୂଚନାକୁ ବନ ବିଭାଗ ଗୁପ୍ତ ରଖିଛି । ଜଙ୍ଗଲରେ ବିଭିନ୍ନ ପଶୁ ପକ୍ଷୀ କିଭଳି ସୁରକ୍ଷିତ ରହିପାରିବେ ସେ ନେଇ ରୀତିମତ ମନିଟରିଂ ଚାଲିଛି ବୋଲି କହିଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ।
