ଜାଣନ୍ତୁ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଟୁଥପେଷ୍ଟର ଅନ୍ୟ ଵିଶେଶ୍ୱତଃ
Young woman holding a toothbrush and placing toothpaste on it.
ଟୁଥପେଷ୍ଟରେ ଦାନ୍ତ ଘଷିବା କଥା ସମସ୍ତେ ଜାଣନ୍ତି। ତେବେ ଆପଣ ଜାଣନ୍ତି କି ଏହି ଟୁଥ୍ପେଷ୍ଟ ଆମ ଦାନ୍ତ ସଫା କରିବା ସହ ଅନ୍ୟ କାମରେ ମଧ୍ୟ ସାହାଯ୍ୟ କରିଥାଏ। ଦୈନନ୍ଦିନ ଜୀବନରେ ଆପଣ ବି ଟୁଥପେଷ୍ଟ କେତକ କାମରେ ବ୍ୟବହାର ବରିପାରିବେ।
୧- ଆପଣଙ୍କର ନଖ ଯଦି ହଳଦିଆ ହୋଇଯାଇଥାଏ ତେବେ ଆପଣ ଟୁଥ୍ପେଷ୍ଟ ସାହାଯ୍ୟରେ ନିଜର ନଖକୁ ସଫା କରିପାରିବେ।
୨- ଆପଣ ଟୁଥପେଷ୍ଟକୁ ବ୍ୟବହାର କରି ଚଷମା କାଚ, ଆଇନା, ମୋବାଇଲ ସ୍କ୍ରିନ, ଗାଡି କାଚ ସହ ଅନ୍ୟାନ୍ୟ କାଚ ଜିନିଷ ସଫା କରିପାରିବେ।
୩- ମୁହଁରେ ବ୍ରଣ ହୋଇଥିଲେ ସେଠାରେ ଟୁଥ୍ପେଷ୍ଟ ଲଗାନ୍ତୁ, ଦେଖିବେ ଭଲ ହୋଇଯିବ।
୪- କୋକାକୋଲାରେ ଟୁଥ୍ପେଷ୍ଟ ମିଶାଇ ବେଶିନ୍ ଓ ଷ୍ଟିଲ ଟ୍ୟାପ୍ ମଧ୍ୟ ସଫା କରିପାରିବେ।
୫- ମାର୍ବଲ ଯୋଡା ହୋଇଥିବା ଯାଗା ଯଦି କଳା ପଡିଯାଇଥିବ ତେବେ ଟୁଥ୍ପେଷ୍ଟ ଦ୍ୱାରା ଏହା ଭଲ ଭାବରେ ସଫା କରାଯାଇ ପାରିବ।
୬- ପିଆଜ ରସୁଣ ଇତ୍ୟାଦି କାଟିବା ଦ୍ୱାରା ଯଦି ହାତରୁ ଗନ୍ଧ ବାହାରୁ ଥାଏ ତେବେ ଟୁଥ୍ପେଷ୍ଟ ହ୍ୟାଣ୍ଟୱାସ କରିବା ଦ୍ୱାରା ଦୁର୍ଗନ୍ଧ କମିଯିବ।
୭- ଏଥିରେ ମଇଳା ହୋଇଥିବା ଜୋତା ମଧ୍ୟ ସଫା କରିପାରିବେ।
