ଲକ୍ଷ୍ମୀନାରାୟଣ କ୍ଲବ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ସିନ୍ଦୋଳ ଲକ୍ଷ୍ମୀନାରାୟଣ କ୍ଲବ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି । ଏହି ମ୍ୟାଚକୁ ବ୍ଲକ ଉପାଧ୍ୟକ୍ଷା ଶୁଭଦ୍ର ଶତପଥି, ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ସମିତି ସଭ୍ୟ ନକୁଳ ବାରିକ, ପୂର୍ବତନ ପ୍ରଧାନ ଶିକ୍ଷକ ଭାଗିରଥି ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ମ୍ୟାଚ କୋହ୍ଲ ମହାବୀର କ୍ଲବ ଏବଂ ପୀରହାଟ ଗ୍ୟାଙ୍ଗ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ମହାବୀର କ୍ଲବ ୨୩ରନ୍ରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ ସିନ୍ଦୋଳ ପଞ୍ଚାୟତ ଇଲେଭେନ ଷ୍ଟାର ଏବଂ ସାହାପୁର ଡିଫେନ୍ସ ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସିନ୍ଦୋଳ ଇଲେଭେନ ଷ୍ଟାର ୫ ଉଇକେଟରେ ବିଜୟୀ ହୋଇଥିଲା । ଲକ୍ଷ୍ମୀନାରାୟଣ କ୍ଳବର ସଭ୍ୟ ସୁମନ୍ତ ବାରିକ, ବିକାଶ ବାରିକ, ହିମାଂଶୁ ଦାସ, ସରୋଜ ଦାସ, ସଂଜୀବ ଦାସ, ଦୀପକ ଦାସ, ବୀରେନ୍ଦ୍ର ମିଶ୍ର, ଆଲୋକ ମାଇତି, ଜିତେନ୍ଦ୍ର ନାୟକ, ଦେବବ୍ରତ ବାରିକ, ରାଜେନ୍ଦ୍ର ଦାସ, ରାଜେନ୍ଦ୍ର ବଳ, ନାରାୟଣ ଦାସ, ଚିରଂଜିବୀ ନାୟକ, ଦେବବ୍ରତ ନାୟକ, ଶୁଭେନ୍ଦୁ ବାରିକ, ଉତ୍ତମ ନାୟକ, ତପୁନ ଦାସ, ହେମନ୍ତ ବାରିକ, ହୃଷିକେଶ ବାରିକ, ଗୋପବନ୍ଧୁ ଦାସ, ମନୋଜ ଦାସ, ରଂଜିତ୍ ଦାସ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।
