‘ଓ୍ବାନଓ୍ବେବ’ର ୩୬ଟି ଉପଗ୍ରହ ସହ ଭାରତର ସବୁଠୁ ବଡ଼ ଏଲଭିଏମ୍୩ ରକେଟର ଉତକ୍ଷେପଣ
ନୂଆଦିଲ୍ଲୀ: ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) । ରବିବାର ସକାଳେ ଇସ୍ରୋ ପକ୍ଷରୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ବ୍ରିଟେନର ନେଟୱାର୍କ ଆକ୍ସେସ୍ ଆସୋସିଏଟେଡ୍ ଲିମିଟେଡ୍ ‘ଓ୍ବାନଓ୍ବେବ’ର ୩୬ଟି ଉପଗ୍ରହ ସହ ଭାରତର ସବୁଠୁ ବଡ଼ ଏଲଭିଏମ୍୩ ରକେଟର ସଫଳ ଉତକ୍ଷେପଣ କରାଯାଇଛି । ଫେବୃଆରୀରେ ଏସଏସଏଲଭି-ଡି୨/ଇଓଏସ୦୭ ମିଶନର ସଫଳ ଉନ୍ମୋଚନ ପରେ ଚଳିତ ବର୍ଷ ଇସ୍ରୋ ପାଇଁ ଏହା ହେଉଛି ଦ୍ୱିତୀୟ ସଫଳ ଲଞ୍ଚ।
ଏଲଭିଏମ୍୩-ଏମ୍୩ ଇସ୍ରୋର ସବୁଠୁ ଭାରି ଲିଫ୍ଟ ରକେଟ୍ ହୋଇଥିବା ବେଳେ ‘ଓ୍ବାନଓ୍ବେବ’ ହେଉଛି ବ୍ରିଟେନର ଏକ ସାଟେଲାଇଟ୍ ଭିତ୍ତିକ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ । ଏହି କମ୍ପାନୀରେ ଭାରତର ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ ହେଉଛି ସବୁଠୁ ବଡ଼ ସେୟାର ହୋଲ୍ଡର । ୩୬ ଉପଗ୍ରହର ସଫଳ ଉତକ୍ଷେପଣ ସହ କମ୍ପାନୀର ବିଶ୍ବବ୍ୟାପୀ ଜେନ୍-୧ ଗ୍ରୁପ୍ କଭରେଜ୍ ସମ୍ପନ୍ନ ହୋଇଛି । ବର୍ତ୍ତମାନ କକ୍ଷପଥରେ ‘ଓ୍ବାନଓ୍ବେବ’ର ୫୮୨ ଉପଗ୍ରହ ଅଛି | ଆଜି ଏହି ସଂଖ୍ୟା ୬୧୮ରେ ପହଞ୍ଚିବ ।
#WATCH | Andhra Pradesh: The Indian Space Research Organisation (ISRO) launches India’s largest LVM3 rocket carrying 36 satellites from Sriharikota
— ANI (@ANI) March 26, 2023
(Source: ISRO) pic.twitter.com/jBC5bVvmTy
ଇସ୍ରୋ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ୪୩ ମିଟରୁ ଅଧିକ ଲମ୍ବର ଏହି ରକେଟ୍ ବ୍ରିଟେନ୍ର ୩୬ ଟି ଉପଗ୍ରହକୁ ଧରି ମହାକାଶକୁ ଯାତ୍ରା କରିଛି। ଏହି ଉପଗ୍ରହ ଗୁଡ଼ିକୁ ନେଇ ଯାଉଥିବା ଏଲଭିଏମ୩ର ଓଜନ ପ୍ରାୟ ୮୦୫ ଟନ୍ ଅଟେ । ଏହି ମିଶନକୁ ଏଲଭିଏମ୩-ଏମ୩/ଓ୍ବାନଓ୍ବେବ ଇଣ୍ଡିଆ-୨ନାଁ ଦିଆଯାଇଛି । ଏହି ମିଶନ୍ ଲଞ୍ଚ ସମ୍ପର୍କରେ ଇସ୍ରୋ ଟ୍ୱିଟରରେ ସୂଚନା ଦେଇଛି। ଏଲଭିଏମ୩ ହେଉଛି ଇସ୍ରୋର ସବୁଠାରୁ ଓଜନିଆ ରକେଟ୍ । ଏହାର ସାହାଯ୍ୟରେ ଏପର୍ଯ୍ୟନ୍ତ ୫ ଥର ସଫଳ ଉଡ଼ାଣ ଭରି ସାରିଛି । ଯେଉଁଥିରେ ଚନ୍ଦ୍ରଯାନ-୨ ମଧ୍ୟ ସାମିଲ। ବ୍ରିଟେନ୍ର ୱାନୱେବ ଗ୍ରୁପ୍ ସହିତ ଇସ୍ରୋର କମର୍ସିଆଲ ଶାଖା ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ୭୨ ଓପଗ୍ରହ ଲଞ୍ଚ କରିବାକୁ ଚୁକ୍ତି ହୋଇଛି ।
LVM3-M3/OneWeb India-2 mission:
— ISRO (@isro) March 20, 2023
The launch is scheduled for March 26, 2023, at 0900 hours IST from the second launch pad at SDSC-SHAR, Sriharikota. @OneWeb @NSIL_India pic.twitter.com/jyPsGlrcpX
ସୂଚନା ଯେ, ୨୩ ଅକ୍ଟୋବର ୨୦୨୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାରୁ ‘ଓ୍ବାନଓ୍ବେବ’ର ପ୍ରଥମ ବ୍ୟାଚ୍ ଉପଗ୍ରହ ଏଲଭିଏମ୍୩ ରକେଟ୍ ସହିତ ଉତକ୍ଷେପଣ କରାଯାଇଥିଲା, ଯାହା ପୂର୍ବରୁ ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଯାନ ଏମକେ୩ (ଜିଏସ୍ଏଲଭି ଏମକେ୩) ନାମରେ ଜଣା ଯାଉଥିଲା | ଦୁଇ ପର୍ଯ୍ୟାୟରେ ୭୨ ଉପଗ୍ରହ ଉତକ୍ଷେପଣ ପାଇଁ ୱାନୱେବ ସହିତ ଏୟାରଟେଲ ୧୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଚୁକ୍ତି କରିଥିଲା ।
