ବିପୁଳ ପରିମାଣର ଗୋମାଂସ ଜବତ, ୩ ଅଟକ
ନିରାକାରପୁର : ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରୁ ବିପୁଳ ପରିମାଣର ଗୋମାଂସ ଜବତ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।
ସୂଚନା ଯେ, ରାମେଶ୍ବର ଛକ ଅଞ୍ଚଳରୁ ଏକ ଗୋ ମାଂସ ବୋଝେଇ କଣ୍ଟେନରକୁ କିଛି ସ୍ଥାନୀୟ ବ୍ୟକ୍ତି ଅଟକ ରଖିଥିଲେ। କଣ୍ଟେନରରେ ୧୫ ଟନ୍ ବା ୧୫ ହଜାର କେଜିରୁ ଅଧିକ ପରିମାଣର ମାଂସ ଥିବା ସୂଚନା ମିଳିଛି। ଏସବୁକୁ ଖୋର୍ଦ୍ଧାରୁ ହାଇଦ୍ରାବାଦକୁ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ତେବେ କଣ୍ଟେନର ଚାଳକ ସମେତ ଅନ୍ୟ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କଣ୍ଟେନର ଜବତ କରିବା ସହ ୩ଜଣ ଧରି ଥାନାକୁ ଆଣିଥିବା ଜଣାପଡିଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
