ଏସ୍ସି.ଏସ୍ଟି ଆରଟି ଆଇ ତରଫରୁ ଲାଖ ଶିଳ୍ପ ସାମଗ୍ରୀ ତାଲିମ ଶିବିର ଉଦଘାଟିତ
କେନ୍ଦୁଝର : ହରିଚନ୍ଦନପୁର ବ୍ଲକ ଶଗଡପଟା ଗ୍ରା:ପ: ଅନ୍ତର୍ଗତ ବିଲ୍ଲା ଗ୍ରାମରେ ପଣ୍ଡିତ ରଘୁନାଥ ମୁର୍ମୁ କାରିଗର ଉତ୍ପାଦକ ସଂଗଠନ ଆନୁକୂଲ୍ୟରେ ଆଦିବାସୀ ମହିଳା କାରିଗରମାନଙ୍କ ଲାଖ ଶିଳ୍ପ ସାମଗ୍ରୀର ବିବିଧକରଣ ସମ୍ପର୍କିତ ୧୦ ଦିନିଆ ତାଲିମ୍ ଶିବିର ଶୁକ୍ରବାର ଉଦ୍ଯାପିତ ହୋଇଯାଇଅଛି । ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଏସ୍ ସି. ଏସ୍ ଟି ଆର ଟିଆଇ ଆୟୋଜିତ ଏବଂ ଓମ୍ବାଡ୍ ସି ସହାୟତାରେ ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହୋଇଥିବା ତାଲିମ ଶିବିରରେ ସମୁଦାୟ ୫୦ ଜଣ ଆଦିବାସୀ ମହିଳା କାରିଗର ଅଂଶ ଗ୍ରହଣ କରିଥିଲେ । ଶିବିରର ସମାପନ ଅଧିବେଶନରେ ଶଗଡପଟା ସରପଂଚ କୁମ୍ଭ କର୍ଣ୍ଣ ଦଣ୍ଡପାଟ କାରିଗରମାନେ ଲାଖ ଶିଳ୍ପ ସାମଗ୍ରୀକୁ ତିଆରି କରିବା ଅଭ୍ୟାସ ଚାଲୁ ରଖିବାକୁ କହିବା ସହ କଂଚାମାଲର ଅଭାବ ଦୁରୀକରଣ ପାଇଁ ଲାଖ ଚାଷ ପାଇଁ ଅନୁଷ୍ଠାନ ତରଫରୁ ସହଯୋଗ ମିଳିଲେ କାରିଗରମାନେ ଉପକୃତ ହେବେ ବୋଲି ଜଣାଇଥିଲେ । ଓସ୍କା ଅନୁଷ୍ଠାନ, କେନ୍ଦୁଝର ସଂପାଦିକା- ଧରିତ୍ରୀ ରାଉତ, ଉପ ସଭାପତି- ସୁନୀତା ମହାନ୍ତି, ବ୍ଲକ ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିକାରୀ ବିଜୟାନନ୍ଦ ମହାନ୍ତ, ଆର୍ଥିକ ପରାମର୍ଶ ଦାତ୍ରୀ ଜୟଶ୍ରୀ ପାଢୀ, ଟସର ଉତ୍ପାଦନ ସୋସାଇଟ ଭଗାମୁଣ୍ଡା ସଂପାଦକ- ସୁଧାଶୁଂ ନାରାୟଣ ନାଏକ, ଟସର ମ୍ୟାନେଜର ସୁଶାନ୍ତ କୁମାର ମହାନ୍ତ, ଟେକନିକାଲ ଇନଷ୍ଟ୍ରକଟର ଦେବସ୍ମୀତା ମହାନ୍ତ, ଉତ୍ପାଦକ ମ୍ୟାନେଜର କୁନି ଦେହୁରୀ, ଏମ୍.ବି.କେ- ଶୁଭଶ୍ରୀ ପାତ୍ର, ଭଗାମୁଣ୍ଡା ଫରେଷ୍ଟ ଗାର୍ଡ ବନ୍ଦିତା ଦାସ, ଆମ ଜଙ୍ଗଲ ଯୋଜନା ଉନ୍ନୟନ ଅଧିକାରୀ ଦୋଳଗୋବିନ୍ଦ ମହାନ୍ତ ପୂର୍ବତନ ଗ୍ରା:ପ: ସମ୍ପ୍ରସାରଣ ଅଧିକାରୀ ଗୋପବନ୍ଦୁ ନାୟକ ଅତିଥିଭାବେ ଯୋଗ ଦେଇଥିଲେ । ସରପଂଚ ଦଣ୍ଡପାଟ କହିଥିଲେ । ଓସ୍କାର ସମ୍ପାଦିକା କାରିଗରଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ୧୦ ଦିନ ଭିତରେ ସୁନ୍ଦର ଲାଖ ଶିଳ୍ପ ସାମଗ୍ରୀ ତିଆରି କରି ପାରିଛନ୍ତି । ଏହି ଅଭ୍ୟାସ କରି ଚାଲିଲେ ଆହୁରି ଉନ୍ନତମାନର ସାମଗ୍ରୀ ତିଆରି କରି ପାରିବେ । କେନ୍ଦୁଝର ଜିଲ୍ଲାରେ ପ୍ରଥମ ଥର ପାଇଁ ଲାଖ ଶିଳ୍ପ ସାମଗ୍ରୀର ତାଲିମ ହୋଇଅଛି । ଦୃଢ ଇଚ୍ଛାଶକ୍ତି ଦ୍ୱାରା ଏହାକୁ ବଢାଇ ପାରିବା ବୋଲି କାରିଗରମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ପ୍ରକିୟା ଚାଲୁ ରଖିଲେ ପ୍ୟାକେଜ ଓ ସାମଗ୍ରୀ ଉପରେ ଆହୁରି ତାଲିମ ମିଳିପାରିବ ବୋଲି କହିଥିଲେ । ଓସ୍କାର ଉପସଭାପତି କହିଥିଲେ ରାଜସ୍ଥାନ ମଡେଲର ଅଳଙ୍କାର ଇତ୍ୟାଦି ତିଆରିକଲେ ବଜାର ଚାହିଦା ବଢିପାରିବ । ଆମ ଜଙ୍ଗଲ ଯୋଜନା ଅଧିକାରୀ କହିଥିଲେ ଓ ମ୍ବାଡିସ ତରଫରୁ ଜନ ସୁରକ୍ଷା ସମିତିକୁ ଅର୍ଥ ଯୋଗାଇ ଦିଆଯାଇଛି । ବନ ସୁରକ୍ଷା ସମିତି ଅଧିନରେ ଥିବା ଏସ୍.ଏଚ୍. ଜି ମାନେ କମ ସୁଧରେ ଅର୍ଥ ନେଇ ଲାଖ ଶିଳ୍ପ ସାମଗ୍ରୀ ତିଆରି କରିପାରି ନିଜର ଜୀବନ ଜୀବିକାରେ ଉନ୍ନତି କରିପାରିବେ । ଟସର ସୋସାଇଟ ସମ୍ପାଦକ ନାଏକ କହିଥିଲେ, ଉତ୍ପାଦନ ବଢିଲେ ଟସର ଦୋକାନ ପାଖରେ ଲାଖ ଦୋକାନ ଖୋଲି ପାରିବେ ବୋଲି ଜଣାଇ ଥିଲେ । ପୂର୍ବତନ ଗ୍ରା:ପ: ସମ୍ପ୍ରସାରଣ ଅଧିକାରୀ ନାୟକ କହିଥିଲେ ଯେ, ଆମ୍ଭର ଜେଜେ ବାପାମାନେ କୁସୁମ ଗଛରେ ଲାଖ ଚାଷ କରୁଥିଲେ । ଛୋଟ ସମୟରେ ଆମ୍ଭେ ମାନେ ଦେଖିଥିଲୁ । ବର୍ତମାନ ଲାଖ ଶିଳ୍ପର ସାମଗ୍ରୀ ଦେଖି ଖୁସି ଲାଗୁଛି ଏଣୁ ଲାଖ ଚାଷ ଆମ ଅଂଚଳରେ ପୁଣିଥରେ କରାଗଲେ ଲାଖ ଶିଳ୍ପର ଉନ୍ନତି ହୋଇ ପାରିବ । ଏସ୍ ସି ଏସ୍ ଟି ଆର ଟି ଆଇ କାର୍ଯ୍ୟକ୍ରମ ଅଧିକାରୀ (ତାଲିମ) ଦେବାଶିଷ ପ୍ରଧାନ କହିଥିଲେ ଯେ ପ୍ରଥମ ଥରପାଇଁ ଲାଖ ଶିଳ୍ପ ସାମଗ୍ରୀକୁ କାଗଜ ଶିଳ୍ପ ଉପରେ କରାଯାଇଛି । କାରିଗରମାନେ ଆଗ୍ରହର ସହିତ ବିଭିନ୍ନ ଡିଜାଇନ୍ କରିପାରିଛନ୍ତି । ଏହି ଅଭ୍ୟାସ ଚାଲୁ ରଖିବାକୁ ଆହ୍ୱାନ ଦେଇଥିଲେ ଓ ସାମଗ୍ରୀର ବିକ୍ରୟ ପାଇଁ ପ୍ରଦର୍ଶନୀରେ କାରିଗରମାନେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଲାଖ ଚାଷନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେବାର ସହଯୋଗ କରିବେ ବୋଲି ଜଣାଇଥିଲେ । ମିଶନ ଶକ୍ତିର ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ଜଣାଇଥିଲେ ଲାଖଚାଷପାଇଁ ଏସ୍.ଏଚ୍.ଜି ମାଧ୍ୟମରେ କାରିଗରମାନେ ଉପକୃତ ହୋଇପାରିବେ । ଏମ୍ବିକେ ମିଶନଶକ୍ତ ଜଣାଇଥିଲେ ଉତ୍ପାଦକ ସଂଘ ଦ୍ୱାରା ସରକାରୀ ଯୋଜନାରେ ସାମିଲ ହୋଇ ଲାଖ ଚାଷ କରିବାକୁ ସହଯୋଗ କରିବେ ବୋଲି ଜଣାଇଥିଲେ । ମୂଖ୍ୟ ପ୍ରଶିକ୍ଷଣ ଦେବାଶିଷ ଜାନା ଜଣାଇଥିଲେ କାରିଗରମାନେ ଲାଖରୁ ଏପରି ସାମଗ୍ରୀ ହୋଇପାରୁଛି ବୋଲି ଧାରଣା ନଥିଲା । ୧୦ଦିନ ମଧ୍ୟରେ ବହୁତ କିଛି କରିପାରିଛନ୍ତି । ଲାଖରୁ କିପରି ବିଭିନ୍ନ ରଙ୍ଗ , ସୂତା ପ୍ରସ୍ତୁତ ହେଉଛି ଓ ଡିଜାଇନ ହେଉଛି ଶିଖି ପାରିଛନ୍ତି । ଲାଖ ଚାଷ ହେଲେ ସେଥିରୁ କିପରି ଲାଖ ସଂଗ୍ରହ କରିବେ ସେ ବିଷୟରେ ଜଣାଇଥିଲେ ଓ ଗଛରୁ ମିଳୁଥିବା ଲାଖ ସାମଗ୍ରୀ ପାଇଁ ବହୁତ ଭଲବୋଲି କହିଥିଲେ । ଏସ୍.ସିଏସ୍ ଟି ଆର ଟି ଆଇର ଜିଲ୍ଲା ସଂଯୋଜକ ଶିରିଶ ଚନ୍ଦ୍ର ସିଂହ ସାମନ୍ତ ଅଧିବେଶନକୁ ସଂଚାଳନ କରିଥିଲେ ଓ ସଂଗଠନର ସଭାନେତ୍ରୀ ହେମାଳୀ ମାଝୀ ଧନ୍ୟବାଦ ପ୍ରଦାନ କରିଥିଲେ । ସଂଗଠନର ସଂପାଦିକା ସୁମିତ୍ରା ଦେହୁରୀ, କୋଷାଧ୍ୟକ୍ଷା ରଙ୍ଗଲତା ଦେହୁରୀ ସହଯୋଗ କରିଥିଲେ ।
