କୁରକୁରେ କାରଖାନାରେ ଅଗ୍ନିକାଣ୍ଡ : ୧୦ରୁ ଅଧିକ ମୃତ, ଅନେକ ଆହତ
ପାଟନା : ବିହାର ମୁଜଫାରପୁରର ଏକ କୁରକୁରେ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ୧୦ରୁ ଅଧିକଙ୍କ ମୃ୍ତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।
ସୂଚନା ଯେ, ବଏଲର ବିସ୍ଫୋରଣ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି । କାରଖାନାରୁ ଅଚାନକ ଏକ ଶଦ୍ଦ ଶୁଣିବାକୁ ମିଳିଥିଲା । ବିସ୍ଫୋରଣର ଶଦ୍ଦ ଏତେ ଭୟଙ୍କର ଥିଲା ଯେ ପାଖାପାଖି ୫ କିଲୋମିଟର ଯାଏ ଶଦ୍ଦ ଶୁଣାଯାଇଥିଲା । ବିସ୍ଫୋରଣ କାରଣରୁ ପାଖରେ ଥିବା ଏକ ଅଟା କାରଖାନା ମଧ୍ୟ ଦୋହଲି ଯାଇଥିଲା । ସ୍ଥାନୀୟ ଲୋକ ଘଟଣା ନେଇ ପୋଲିସକୁ ଜଣାଇଥିଲେ । ପୋଲିସ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜରି ରଖିଛନ୍ତି । ୫ଟି ଅଗ୍ନିଶମ ଗା଼ଡି ନିୟୋଜିତ ଅଛନ୍ତି । ଏ ଯାଏଁଁ ମୃତକଙ୍କୁ ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ସମୟରେ ଫ୍ଯାକ୍ଟ୍ରିରେ କେତେ ଲୋକ କାମ କରୁଥିଲେ ତାହା ଜଣାପଡିନାହିଁ ।
