କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ‘ସ୍ୱଚ୍ଛ ତୀର୍ଥକ୍ଷେତ୍ର’ କାର୍ଯ୍ୟକ୍ରମ
ବାଲେଶ୍ୱର : ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପୁର୍ବରୁ ଦେଶର ସମସ୍ତ ତୀର୍ଥକ୍ଷେତ୍ର ଓ ଦେବପୀଠ ମାନଙ୍କୁ ପରିସ୍କାର ପରିଚ୍ଛନ୍ନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ‘ସ୍ୱଚ୍ଛ ତୀର୍ଥକ୍ଷେତ୍ର’ କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଶନିବାର ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବାଲେଶ୍ୱରର ଅଗ୍ରଣୀ ସାମାଜିକ ସଂଗଠନ ‘ମୁଁ ତୁମ ସାଥି’ର ସଂଯୋଜନାରେ ଜିଲାର ପ୍ରମୁଖ ଦେବପୀଠ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ‘ସ୍ୱଚ୍ଛ ତୀର୍ଥକ୍ଷେତ୍ର’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ବ୍ଲକ୍ ଚେୟାରମେନ ସୁଶାନ୍ତ ପଟନାୟକ, ଗିରିଧାରୀ ଦାସ, ବିଜୟ ସେଠୀ, କ୍ରୀଷ୍ଣା ସାହା, ଉମାକାନ୍ତ ପଣ୍ଡାଙ୍କ ସହିତ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରି ମନ୍ଦିରର ଭିତର ଓ ବାହାର ଉଭୟ ପାର୍ଶ୍ୱରେ ସଫେଇ କରିଥିଲେ ।
