କେଏଲ ରାହୁଲଙ୍କୁ ମିଳିଲା ଟିମ ଇଣ୍ଡିଆର ଟେଷ୍ଟ ଉପ-ଅଧିନାୟକ ପଦ
ନୂଆଦିଲ୍ଲୀ : ଓପନର କେଏଲ ରାହୁଲଙ୍କୁ ମିଳିଲା ଟିମ ଇଣ୍ଡିଆର ଟେଷ୍ଟ ଉପ-ଅଧିନାୟକ ପଦ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଉପ-ଅଧିନାୟକ ଦାୟିତ୍ବ ତୁଲାଇବେ ରାହୁଲ ।
ବିସିସିଆଇର ଜାତୀୟ ଚୟନକର୍ତ୍ତା ରୋହିତ ଶର୍ମାଙ୍କୁ ଟେଷ୍ଟ ଉପ-ଅଧିନାୟକ ଭାବେ ନିଯୁକ୍ତ କରିଥିଲେ । ମାତ୍ର ମାଂସପେଶୀ ଜନିତ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ରୋହିତ । ଫଳରେ କୋହଲିଙ୍କ ଡେପୁଟି ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ନଜର ଆସିବେ ରାହୁଲ ।
ମାଂଶପେଶୀ ଜନିତ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ରୋହିତ ଶର୍ମା ବାଦ ପଡିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘୋଷଣା କରିଥିଲା । ଏଥିସହ ରୋହିତଙ୍କ ସ୍ଥାନରେ ପ୍ରିୟଙ୍କ ପଞ୍ଚଲଙ୍କୁ ଟେଷ୍ଟ ସ୍କ୍ବାଡ୍ରେ ସାମିଲ କରାଯାଇଥବା ମଧ୍ୟ ବିଜ୍ଞପ୍ତିରେ ସ୍ପଷ୍ଟ କରିଥିଲା ବୋର୍ଡ ।
