ଖଇରା ତହସିଲର ସୁଶାସନ ସପ୍ତାହ
ଖଇରା : ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ରେ ମାସ ମାସ ଧରି ଖତିଆନ ବା ପଟ୍ଟା ପାଇଁ ଆଉ ତହସିଲ ଦୌଡିବାକୁ ପଡିବନି I ଓଡିଶା ସରକାରଙ୍କ ପ୍ରଶାସନ ଗାଁଓ କି ଔର ଯୋଜନା ଏବେ ଏକ ସପ୍ତାହ ଧରି ଖଇରା ରାଜସ୍ବ ଅଧିକାରୀ ମାନେ ପଟ୍ଟା ପାଇଁ ଅନଲାଇନରେ ଆବେଦନ କରିଥିବା ବ୍ୟକ୍ତି ମାନଙ୍କ ଘରକୁ ଯାଇ ପଟ୍ଟା ବଣ୍ଟନ କରିବେ ା ପ୍ରଥମ ପର୍ଯ୍ୟାୟରେ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୧ ସପ୍ତାହ ଧରି ଏହି କାର୍ଯ୍ୟକ୍ରମ ଚାଲିବ I ସୋମବାର ଦିନ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ଟିମ ବିଭିନ୍ନ ଗ୍ରାମର ୬ଜଣଙ୍କୁ ଏହି ପଟ୍ଟା ବଣ୍ଟନ କରିଛନ୍ତି I ପଟ୍ଟା ପାଇଥିବା ବ୍ୟକ୍ତି ମାନେ ହେଲେ ଆଳଦା ଗ୍ରାମର ରାମ ପ୍ରକାଶ ପାଇକରାୟ,ଗୀତାରାଣୀ ପାଣିଗ୍ରାହୀ,ନାରାୟଣ ରାଉତ,ପୁରୁଷୋତ୍ତମ ପୁର ଗ୍ରାମର ରବିନ୍ଦ୍ର ବିଶ୍ବାଳ,ହରିପୁର ଗ୍ରାମର ରାମଚନ୍ଦ୍ର ବିଶ୍ବାଳ ଓ କୋଚିଆକୋଇଲି ଗ୍ରାମର ରତ୍ନାକର ନାୟକ I ଅତିରିକ୍ତ ତହସିଲଦାର ଗଦାଧର ସେଠୀ,କର୍ମଚାରୀ ମନୋରଞ୍ଜନ ଜେନା,ପଦ୍ମଲୋଚନ ମହାପାତ୍ର ଓ ମନୋଜ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ I ଫଟୋ-ଖଇରା୧ -ତହସିଲଦାର ମହେନ୍ଦ୍ର ବେହେରାଙ୍କ ସହ ପଟ୍ଟା ପାଇଥିବା ହିତାଧିକାରୀ
