କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଆଲୁମିନି ମିଟ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଆଲୁମିନି ମିଟ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଭାଗୀୟ ମୁଖ୍ୟ ଡଃ. ଜ୍ଞାନରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଓ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିନ୍ଦୁମିତ୍ର ବଳ, ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଡଃ. ଗିରିଶ ଚନ୍ଦ୍ର ପାତ୍ର, ପ୍ରଫେସର ରମେଶ ଚନ୍ଦ୍ର ଜେନା, ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ପ୍ରଫେସର ଡଃ. ବୀରେନ କୁମାର ରାଉତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ୨୦୧୦ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ମହାବିଦ୍ୟାଳୟ ତଥା ବିଭାଗର ସର୍ବାଙ୍ଗିନ ବିକାଶ ପାଇଁ ନିଜର ମତପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ପୂର୍ବତନ ବିଭାଗୀୟ ଅଧ୍ୟାପକମାନେ ଯୋଗଦେଇ ବିଭାଗର ଏକ ଆଲୁମିନି ଆସୋସିଏସନ ଗଠନ କରାଯିବାକୁ ଏବଂ ଏଥିରେ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସଂଶ୍ଳିଷ୍ଟ କରାଯିବାକୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ବିଭାଗର ଅଧ୍ୟାପକ ବିକାଶ କୁମାର ନାୟକ, ସୁରେଶ କୁମାର ଦାସ, ମନୋଜ କୁମାର ପ୍ରଧାନ, ୱାଇ. ପଦ୍ମାବତୀ, ଆର୍ଯ୍ୟସ୍ମିତା କର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ବିଭବ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
