ହାତୀ ଆକ୍ରମଣରେ ନାବାଳକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ଦେବଗଡ : ଗତ କିଛି ଦିନ ହେବ ଦେବଗଡରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରବିବାର ଜଣେ ନାବାଳକ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଫଳଲେ ନାବାଳକ ଜଣଙ୍କ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ବାରକୋଟ ଥାନା ଅନ୍ତର୍ଗତ ଜରିଚାକୁଣ୍ଡାପାଳ ଗ୍ରାମର ଘଟଣା ପରେ ସବୁଠି ଭୟର ବାତାବରଣ ଖେଳିଯାଇଛି । ମେଳା ଦେଖି ଘରକୁ ଫେରିବା ସମୟରେ ଆକ୍ରମଣ କରିଥିଲା ହାତୀ । ଆହତ ହେଲେ ଯୁଗଳ ନାୟକଙ୍କ ପୁଅ ଆଲୋକ ନାୟକ । ଚିକିତ୍ସା ପାଇଁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
