ମହାନଦୀ ବ୍ରିଜରୁ ଡେଇଁ ଲ୍ୟାବ୍ ଆସିଷ୍ଟାଣ୍ଟ ନିଖୋଜ
କଟକ : ମହାନଦୀ ବ୍ରିଜରୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ । ତାଙ୍କ ନାଁ ଦେବାଶିଷ ଦାସ ଏବଂ ଘର ଚାଉଳିଆଗଞ୍ଜରେ ବୋଲି ଜଣାପଡ଼ିଛି । ସେ ଭୁବନେଶ୍ୱର ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ ଅଛନ୍ତି । ଭୁବନେଶ୍ୱରରୁ କଟକ ଟାଙ୍ଗୀ ଯାଉଥିବା ବେଳେ ପରିତ୍ସା ଲାଗୁଥିବା କହିଥିଲେ। ମହାନଦୀ ପୋଲ ଉପରେ ଡ୍ରାଇଭର କାର ଅଟକିବା ପରେ ସେ ଡେଇଁ ପଡ଼ିଥିବା କୁହାଯାଉଛି । ତେବେ ମୃତ୍ୟୁର କାରଣଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଜଗତପୁର ପୋଲିସ ପକ୍ଷରୁ ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ମିଳିଛି ।
ସୂଚନା ଯେ, ଭୁବନେଶ୍ୱର ବିଜେବି କଲେଜରେ କାର୍ଯ୍ୟରତ ଥିଲେ ନିଖୋଜ ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ । ସେ ଆଜି ନିଜର ଚାରିଚକିଆ ଗାଡ଼ିରେ ଚାଉଳିଆଗଞ୍ଜରୁ ଟାଙ୍ଗୀ ଅଭିମୁଖେ ଆସୁଥିଲେ । ପାଖରେ ଡ୍ରାଇଭର ଥିଲେ, ହେଲେ ସେ କିଛି ବୁଝିବା ପୂର୍ବରୁ ଗାଡ଼ିରୁ ଓହ୍ଲାଇ ଦେବାଶିଷ ହଠାତ୍ ବ୍ରିଜରୁ ଡେଇଁ ପଡ଼ିଲେ । ଏବେ ସଂପୃକ୍ତ ଡ୍ରାଇଭରଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ପୋଲିସର ପ୍ରାଥମିକ ସୂଚନା ଅନୁସାରେ କିଛି ଦିନ ହେବ ସେ ବିଷାଦଗ୍ରସ୍ତ ଥିଲେ । ପୋଲିସ ଘଟଣାକୁ ଅତି ଗୁରୁତର ନେଇ ତଦନ୍ତ ଆରମ୍ଭ କରିଛି । ସେହିପରି ଗତ କିଛିଦିନ ହେବ ମାନସିକ ରୋଗରେ ଆକ୍ରାନ୍ତ ଥିଲେ ଦେବାଶିଷ । ସମ୍ପତ୍ତି ଭାଗବଣ୍ଟାକୁ ନେଇ ତାଙ୍କ ଭାଇଙ୍କ ସହ ଝଗଡ଼ା ଲାଗି ରହିଥିଲା । ଏଥିପାଇଁ ସେ ମାନସିକ ସ୍ତରରେ ବିଚଳିତ ହୋଇ ପଡ଼ିଥିଲେ ।
