ଜେପିଏଲ କ୍ରିକେଟ ଟୁର୍ଣ୍ଣାମେଂଟ ୩ୟ ଦିବସରେ ବିଏସ ଫାଇଟର ଟିମ ବିଜୟୀ
ବାରିପଦା : ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ତୃତୀୟ ଦିନର ମ୍ୟାଚରେ ବିଏସ ଫାଇଟର ଟିମ ଟୋକସିକ ଥାଣ୍ଡାରକୁ ୫ ଉଇକେଟରେ ପରାସ୍ତ କରିଛି ଓ ପ୍ରଥମେ ବ୍ୟାଟିଂ କରି ଟୋକସିକ ଥାଣ୍ଡାର ୧୦ ଓଭରରେ ୯ ଉଇକେଟ ହରାଇ ୧୦୦ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ବାପି ସୋରେନ ସର୍ବାଧିକ ୪୧ରନ କରିଥିବା ବେଳେ ଭୁବନ ସିଂ ଓ ସଂଜୀବ ମହାପାତ୍ର ୪ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ଓ ଉତରରେ ବିଏସ ଫାଇଟର ୮.୩ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ ଓ ଦଳ ପକ୍ଷରୁ ଭବତୋଷ ଶେଜପଡା ୩୭ ଓ ଅଭିନାଶ ସିଂ ୨୮ ରନ କରିଥିବା ବେଳେ ବିପକ୍ଷ ଦଳର ବାପି ସୋରେନ ୨ ଟି ଉଇକେଟ ଅକ୍ତିଆର କରିଥିଲେ ଓ ସଂଜୀବ ମହାପାତ୍ର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ଓ ଶ୍ରୀକାନ୍ତ କୁମାର ଓ ରଶ୍ମିରଂଜନ ଧୀର ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I
