ଉତ୍କଳ ବିଶ୍ୱବିଦ୍ୟାଳୟରେ ଜେ.ଏନ୍.ୟୁ. ପ୍ରଫେସର୍ ଙ୍କୁ ମାଡ଼ ଘଟଣା ମୟୂରଭଞ୍ଜ-୧ ବି.ସି.ଜେ.ଡି. ପକ୍ଷରୁ ନୀରବ ପ୍ରତିବାଦ
ମୟୂରଭଞ୍ଜ : ଗତ କିଛିଦିନ ତଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସିନିୟର୍ ସିଟିଜେନ୍ ପକ୍ଷରୁ ଆୟୋଜିତ ଏକ ସେମିନାର୍ କୁ ଯୋଗ ଦେବାକୁ ଆସିଥିବା ଜେ.ଏନ୍.ୟୁ. ର ପ୍ରଫେସର୍ ଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିବା ଘଟଣାକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ବିଜୁ ଛାତ୍ର ଜନତା ଦଳ, ମୟୂରଭଞ୍ଜ-୧ ତରଫରୁ ଏକ ନୀରବ ପ୍ରତିବାଦ ସଭା ସ୍ଥାନୀୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ବି.ସି.ଜେ.ଡି. ରାଜ୍ୟ ସଭାପତି ତଥା ମାନ୍ୟବର ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ-୧ ଜିଲ୍ଲା ସଭାପତି ସୁନିଲ୍ କୁମାର ନାୟକଙ୍କ ନେତୃତ୍ୱରେ ହୋଇଥିବା ଏହି ନୀରବ ପ୍ରତିବାଦ ସଭାରେ ବି.ସି.ଜେ.ଡି. ରାଜ୍ୟ ସାଧାରଣ ସମ୍ପାଦକ ଦିବ୍ୟବ୍ରତ ମହାନ୍ତି, ରାଜ୍ୟ ସମ୍ପାଦକ ଆଶୀର୍ବାଦ ଦାସ, ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ଶଙ୍କର୍ଷଣ ପଣ୍ଡା, ମହାବିଦ୍ୟାଳୟର ପୂର୍ବତନ ସଭାପତି ଆଭାସ ଦେ, ବିଶ୍ୱବିଦ୍ୟାଳୟ ଛାତ୍ର ଆବାହକ ଅଭିଷେକ ପଣ୍ଡା, ଜିଲ୍ଲା ଛାତ୍ର ଉପ-ସଭାପତି ଦେବଜିତ୍ ପଟ୍ଟନାୟକ, ଶୁଭଜିତ୍ ପାଣି, ଅକ୍ଷୟ ସିଂ, ଜିଲ୍ଲା ଛାତ୍ର ସମ୍ପାଦକ ସଞ୍ଜୀବ ପୂର୍ତ୍ତି, ଛାତ୍ରନେତା ସୌମ୍ୟକାନ୍ତ ମିଶ୍ର, ଅନ୍ଵେଶିତା ତ୍ରିପାଠୀ, ଆକାଶ ପରିଡା, ଭୀଷ୍ମ ନାୟକ, ରକ୍ଷା ସାଗର ରାଉତ ଓ ମିଲିନ ସ୍ଵାଇଁ ପ୍ରମୁଖଙ୍କ ସହିତ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ତେବେ ଓଡ଼ିଶା ଇତିହାସରେ ଏହା ପ୍ରଥମ ଘଟଣା ହୋଇଥିବାରୁ ଭବିଷ୍ୟତରେ କିଭଳି ଭାବରେ ଏହାର ପୁନରାବୃତ୍ତି ନହୁଏ, ସେଥିପାଇଁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଛାତ୍ର ସଭାପତି ସୁନିଲ୍ କୁମାର ନାୟକ ଦାବୀ କରିଛନ୍ତି ।
