ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ
କଳାହାଣ୍ଡି : କଳାହାଣ୍ଡି ଜିଲାର ମୋହନଗିରି ଧରୀତ୍ରି ସାମ୍ବାଦିକ ତଥା ଓଜେୟୁ ର ସକ୍ରୀୟ ସଭ୍ୟ ରୋହିତ ବିଶ୍ଵାଳ ମାଓ ଆକ୍ରମଣରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ମୃତ୍ୟୁ ଘଟିଛି।
ସ୍ବର୍ଗତ ବିଶ୍ଵାଳ ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ସମୟରେ ଏଭଳି ଅଘଟଣ ଘଟିଛି। ଏଥିରେ ଶ୍ରୀ ବିଶ୍ଵାଳଙ୍କ ଘଟିଥିବା ବେଳେ ସମଗ୍ର ରାଜ୍ୟ ସାମ୍ବାଦିକ ଙ୍କ ମନରେ ଗଭୀର ଦୁଃଖ ଭରିଯାଇଛି। ସ୍ବର୍ଗତ ବିଶ୍ଵାଳ ଜଣେ ପରୋପକାରୀ, ମେଳାପି ବ୍ୟକ୍ତିତ୍ଵ ସହ ଜଣେ ସାଚ୍ଚୋଟ ସାମ୍ବାଦିକ ଥିଲେ। ଆଜି ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଏକ ଦୁଃଖଦ ପରିସ୍ଥତି ସୃଷ୍ଟି ହୋଇଛି। ଏହି ଘଟଣା ଘଟିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ ସାମ୍ବାଦିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟଣା ରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରାଯାଇଛି । ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ୯ ଲକ୍ଷ, ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।
