ଜାମତରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମ୍ପର୍କରେ ମିଳିଛି ସୁରାକ : କ୍ରାଇମବ୍ରାଂଚ ଏଡିଜି
ବର୍ତମାନ ପର୍ଯ୍ୟନ୍ତ ୭ ରାଜ୍ୟରେ ୫୫ ଠକେଇ
ଭୁବନେଶ୍ୱର: ଜାମତରା ଗ୍ୟାଙ୍ଗ ସଦସ୍ୟଙ୍କ ରିମାଣ୍ଡ ପରେ କ୍ରାଇମବ୍ରାଂଚ ଏଡିଜି ସୂଚନା ଦେଇ କହିଛନ୍ତି ଯେ ରିମାଣ୍ଡରେ ମାଷ୍ଟରମାଇଣ୍ଡ ସମ୍ପର୍କରେ ସୁରାକ ମିଳିଛି । ଝାଡ଼ଖଣ୍ଡରେ ରହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅପରେଟ କରୁଥିଲା । ଲୋକଙ୍କ ବ୍ୟାଙ୍କ ଡାଟା ମୁମ୍ବଇରେ ରହୁଥିବା ଜଣେ ବ୍ୟକ୍ତି ଯୋଗାଉଥିଲା । ବର୍ତମାନ ପର୍ଯ୍ୟନ୍ତ ୭ଟି ରାଜ୍ୟରେ ୫୫ଟି ଠକେଇ କରିଥିବା ଏତଲା ହୋଇଛି । ସର୍ବାଧିକ ୪୫ଟି ଠକେଇ ମାମଲା ତେଲେଙ୍ଗାନାରେ ଦାୟର ହୋଇଛି । ଅଜଣା ନମ୍ବରରୁ ଆସିଥିବା କଲ ଓ ମେସେଜ ପ୍ରତି ସତର୍କ ରହିବାକୁ ଏଡିଜି କହିଛନ୍ତି । କୌଣସି ବ୍ୟକ୍ତଗତ ନମ୍ବରରୁ କେହି କଲ କରି ଡାଟା ମାଗିଲେ ସତର୍କ ରୁହନ୍ତୁ । କେୱାସି ଅପଡେଟ ବା ଓଟିପି ନମ୍ବର ଆଦୌ ସେୟାର କରନ୍ତୁ ନାହିଁ । ଆସୁଥିବା ଅଜଣା କଲ ନ୍ୟାସନାଲ ସାଇବର କ୍ରାଇମ ପୋର୍ଟାଲରେ ଜଣାନ୍ତୁ ବୋଲି କ୍ରାଇମବ୍ରାଂଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
ଜାମତରା ଗ୍ୟାଙ୍ଗ ସଦସ୍ୟଙ୍କ ରିମାଣ୍ଡ ନେଇ କ୍ରାଇମବ୍ରାଂଚ ଏଡିଜି କହିଛନ୍ତି, ଗିରଫ ୩ ସାଇବର ଠକଙ୍କୁ ଜେରା ବେଳେ ବହୁ ତଥ୍ୟ ମିଳିଛି । ସେମାନେ ଯେଉଁ ମୋବାଇଲର ଆଇଏମ୍ଆଇ ଓ ସିମ୍ ବ୍ୟବହାର କରୁଥିଲେ, ସେ ସମ୍ପର୍କରେ ସବୁ ରାଜ୍ୟକୁ ସୂଚନା ଦିଆଯାଇଥିଲା । ଏହାର ପରେ ବିଭିନ୍ନ ରାଜ୍ୟରୁ ଆସିଥିଲା ସୂଚନା । ବର୍ତମାନ ସୁଦ୍ଧା ସେମାନଙ୍କ ନାଁରେ ୭ଟି ରାଜ୍ୟରେ ୫୫ଟି ମାମଲା ହୋଇଛି । ଆଗକୁ ଏହି ସଂଖ୍ୟା ମଧ୍ୟ ବଢ଼ିବ । ସର୍ବାଧିକ ୪୫ଟି ଠକେଇ ମାମଲା ତେଲେଙ୍ଗାନାରେ ଦାୟର ହୋଇଛି । ଏଡିଜି ଆହୁରି କହିଛନ୍ତି, “ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସଂପର୍କରେ ସୁରାକ ମିଳିଛି । ଝାଡ଼ଖଣ୍ଡରେ ରହି ଗ୍ୟାଙ୍ଗ ଅପରେଟ୍ କରୁଥିଲା ମାଷ୍ଟର ମାଇଣ୍ଡ । ଲୋକଙ୍କ ବ୍ୟାଙ୍କ ଡାଟା ମୁମ୍ବାଇରେ ରହୁଥିବା ଜଣେ ବ୍ୟକ୍ତି ଯୋଗାଉଥିଲା । ସେହି ତଥ୍ୟକୁ ମାଷ୍ଟରମାଇଣ୍ଡ ଅନ୍ୟମାନଙ୍କ ପାଖକୁ ପଠାଉଥିଲା । ଏହା ପରେ ବିଭିନ୍ନ ଉପାୟରେ ଲୁଟ୍ ପାଇଁ ଯୋଜନା କରୁଥିଲା ଗ୍ୟାଙ୍ଗ । ବ୍ୟାଙ୍କିଙ୍ଗ ତଥ୍ୟ ଦେଉଥିବା ବ୍ୟକ୍ତିଙ୍କ ବିଷୟ କିଛି ସୂଚନା ମିଳିଛି । ତାକୁ ଗିରଫ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ସେଥିପାଇଁ ଏକ ଟିମ୍ ଖୁବ୍ଶୀଘ୍ର ମୁମ୍ୱାଇ ଯିବ । ସେହିପରି ଗ୍ୟାଙ୍ଗ ମାଷ୍ଟରମାଇଣ୍ଡ ଝାଡଖଣ୍ଡରେ ରହି ଗ୍ୟାଙ୍ଗ ଅପରେଟ୍ କରୁଛି । ତା’ର ନେଣ ଓ ଦେଣ ବିଷୟରେ ତଥ୍ୟ ମିଳିଛି । କିନ୍ତୁ ମାଷ୍ଟରମାଇଣ୍ଡ ସମ୍ପର୍କରେ ବିଶେଷ ତଥ୍ୟ ମିଳିପାରି ନାହିଁ । ତା’ ଉପରେ ତଦନ୍ତ ଚାଲିଛି । ବହୁ ଶୀଘ୍ର ତଥ୍ୟ ମିଳିଯିବ । ଅଜଣା ନମ୍ବରରୁ ଆସିଥିବା କଲ୍, ମେସେଜ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ସେ କହିଛନ୍ତି,“କୌଣସି ବ୍ୟକ୍ତିଗତ ନମ୍ବରରୁ କେହି କଲ୍? କରି ଡାଟା ମାଗିଲେ ସତର୍କ ରହନ୍ତୁ । କେୱାଇସି ଅପଡେଟ ବା ଓଟିପି ନମ୍ବର ଆଦୌ ସେୟାର କରନ୍ତୁ ନାହିଁ । ଆସୁଥିବା ଅଜଣା କଲ୍ ନ୍ୟାସନାଲ ସାଇବର କ୍ରାଇମ ପୋର୍ଟାଲରେ ଜଣାନ୍ତୁ ।
