୧୧ କୋଟି ୨୫ ଲକ୍ଷ ଟଙ୍କାରେ ଜୋର୍ଡାନଙ୍କ ଜୋତା ନିଲାମ
ନ୍ୟୁୟର୍କ : ଏନବିଏ ସୁପରଷ୍ଟାର ମାଇକେଲ ଜୋର୍ଡାନଙ୍କ ଜୋତା ନିଲାମ । ୧୧ କୋଟି ୨୫ ଲକ୍ଷ ଟଙ୍କାରେ ନିଲାମ ହେବ ସହ ଏହି ଜୋତା ଏବେ ଚର୍ଚ୍ଚାରେ । ନିଜ କ୍ୟାରିଅରର ଆରମ୍ଭରେ ଜୋର୍ଡାନ ଏହି ଜୋତା ପିନ୍ଧୁଥିଲେ । ଯାହା ଏବେ ଏତେ ଟଙ୍କାରେ ନିଲାମ ହୋଇ ଭାଙ୍ଗିଲା ପୁରୁଣା ରେକର୍ଡ।
ନିଲାମ ହୋଇଥିବା ଏହି ଜୋତାକୁ ନେଇ ନେଟିଜେନ୍ସ ମଧ୍ୟ ଟ୍ୱିଟ୍ କରିଥିଲେ । ଏହି ଦୁର୍ଲଭ ଜୋତାକୁ ଏୟାର ଜୋର୍ଡାନ ସିରିଜରେ ପ୍ରସ୍ତୁତ କରାଯାଇଥିବା ବେଳେ ବ୍ରୁଲ କିଲଗାରୋ ଏହାକୁ ଡିଜାଇନ୍ କରିଥିଲେ । ଏହାକୁ ମୂଳତଃ ୧୯୮୪ରେ ଜାରି କରାଯାଇଥିଲା । ସେହି ସମୟରେ ନାଇକି ଜୋର୍ଡାନଙ୍କ ସହ ଏକ ଚୁକ୍ତି କରିଥିଲା । ଯେଉଁଥିରେ କମ୍ପାନୀ ତାଙ୍କୁ ଜୋତା ଓ ଜର୍ସିର ସିଗନେଚର୍ ଲାଇନ ଦେଇଥିଲା । ଏବେକାର ସମୟରେ ଦୁର୍ଲଭ ସ୍ନିକର୍ ଜୋତାର ଦାମ୍ ଆକାଶଛୁଆଁ ରହିଛି ।। ପୂର୍ବରୁ ଅନେକ ଖେଳାଳି ପିନ୍ଧିଥିବା ଜୋତା ଲକ୍ଷଲକ୍ଷ ଟଙ୍କାରେ ନିଲାମ ହୋଇଛି । ପ୍ରମୁଖ ସଂଗ୍ରହାଳୟ ଗୁଡିକ ଏହି ସବ ଜୋତା ଉପରେ ରୁଚି ରଖିଥାନ୍ତି । ଅବସର ନେଇସାରିଥିବା ବାସ୍କେଟ ବଲ ଖେଳାଳିଙ୍କ ଜୋତା ମଧ୍ୟ କୋଟି କୋଟି ଟଙ୍କାରେ ବିକ୍ରି ହୋଇସାରିଛି । ସୂଚନା ଯେ, ନାଲି ରଙ୍ଗର ନାଇକି ଲେଦର ଜୋତାକୁ ପ୍ରଥମେ ଜୋର୍ଡାନ ସିକାଗୋ ବୁଲ୍ସ ବିପକ୍ଷ ପଞ୍ଚମ ମ୍ୟାଚରେ ପରିଧାନ କରିଥିଲେ । ପରେ ସେ ଏହାକୁ ୧୯୮୪ରୁ ଲଗାତର ଭାବେ ପିନ୍ଧିଥିଲେ । ତେବେ ନିଲାମ ବାବଦରେ ଅକ୍ସନ ହାଉସ ଟ୍ୱିଟ୍ କରି ସୂଚନା ଦେଇଛି । ନିଲାମ କରିଥିବା କମ୍ପାନୀର କହିବାନୁସାରେ, ଏକ ଖାସ୍ କାର୍ଯ୍ୟକ୍ରମରେ ଏହି ଜୋତାକୁ ୧୪୭୨୦୦୦ ଡଲାରରେ ବିକ୍ରି ବା ନିଲାମ କରାଯାଇଛି । ଏହି ଜୋତାରେ ଜୋର୍ଡାନଙ୍କ ଅଟୋଗ୍ରାଫ ରହିଛି । ଏହା ଭଲ ମଧ୍ୟ ଅଛି । ଯାହା ପୂର୍ବରୁ ନିଲାମ ହୋଇଥିବା ଏହ ଜୋତାର ରେକର୍ଡ ଭାଙ୍ଗିଛି । ପୂର୍ବରୁ ନିଲାମ ହୋଇଥିବା ଜୋତା ୧୧ ହଜାର ଡଲାରରେ ବିକ୍ରି ହୋଇଥିଲା ।
