ତିହିଡ଼ି ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସପି ଚରଣସିଂ ମିନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରିତୀମୟ, ଡେପୁଟି ଜିଲାପାଳ ବସନ୍ତ କୁମାର ଲେଙ୍କା, ଉପଜିଲାପାଳ ମନୋଜ କୁମାର ପାତ୍ର, ତହସିଲଦାର ପ୍ରତୀକ ସାହୁ, ବିଡିଓ ଜ୍ୟୋତିର୍ମୟ କର, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସିନ୍ଦୋଳ ପଞ୍ଚାୟତର ଦଶମୌଜା କେନାଲର ପାଣି ଜମିରେ ମାଡ଼ୁ ନଥିବା ବେଳେ ଜଳକର ଅଦାୟ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଦୋଳସାହି-ବୋଡ଼କ ରାସ୍ତାର କୁବେରା ଠାରେ ଦୀର୍ଘଦିନ ହେବ ରାସ୍ତା ଅସଂପୂର୍ଣ୍ଣ ରହିଥିବା ନେଇ ଗ୍ରାମର ସଂଜୟ ବେହେରା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଭଦ୍ରକ-ଚାନ୍ଦବାଲି ରାସ୍ତାରୁ ଗୁପ୍ତଗଂଗା ବିଶ୍ୱାଳସାହି ପର୍ଯ୍ୟନ୍ତ ରାସ୍ତା ଅବରୋଧ ଯୋଗୁ ଯାତାୟତରେ ବାଧା ସୃଷ୍ଟି ହେଉଥିବା ନେଇ ପାଳିଆବିନ୍ଧା ସରପଞ୍ଚ ଯଶୋଦା ମଲିକଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଥିଲେ । ସାଳନ୍ଦୀ ନଦୀର ବାରୋ ପଞ୍ଚାୟତ ଠାରୁ ହୀରାଘାଇ ପର୍ଯ୍ୟନ୍ତ ନଦୀ ସଂପ୍ର୍ରସାରଣ ପାଇଁ ସରପଞ୍ଚ ଉଦ୍ଧବ ନାୟକ ଦାବି କରିଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ଆବାସ, ରାଶନ କାର୍ଡ଼, ଭତ୍ତା ଇତ୍ୟାଦି ସମ୍ପର୍କରେ ୬୮ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ଶିବିରରେ ଏଡିଏମ ସନ୍ତୋଷ କୁମାର ପୃଷ୍ଟି, ରେଞ୍ଜର ତ୍ରିଲୋଚନ ସିଂ, ଏଆରଟିଓ ଶ୍ରୀକାନ୍ତ ଦାସ, ଆର.ଡି. ଏସଡିଓ ବୀରଭଦ୍ର ମାରାଣ୍ଡି, ସିଡିଭିଓ ଡା. ଶୁଭେନ୍ଦ୍ର କୁମାର ମିଶ୍ର, ଆରଏମସି ସଂପାଦକ ସଂଜୟ ଦାସ, ଡିଇଓ କପୀଳେନ୍ଦ୍ର ମିଶ୍ର, ଜିଲା ପଞ୍ଚାୟତ ଅଧିକାରୀ ବଂଶୀଧର ସିଂ, ଜିଲା ଶ୍ରମ ଅଧିକାରୀ ସଚିତାନନ୍ଦ ଜେନା, ଡିଏସଏସଓ ପବିତ୍ର କୁମାର ଦାସ, ସିଏସଓ ଲିଂଗରାଜ ବେହେରା, ଏସିଏସଓ ଚନ୍ଦ୍ରମୋହନ ପତି, ଡିଡବ୍ଲୁଓ ଜୟନ୍ତ କୁମାର ଜେନା, ତିହିଡ଼ି ମେଡ଼ିକାଲ ଅଫିସର ଶୁଭକାନ୍ତ ଓଝା, ବିଇଓ ମଧୁସୂଦନ ସେଣ୍ଡ, ସହକାରୀ ଯନ୍ତ୍ରୀ ଟିକଚାନ୍ଦ କାଲୋ, କୃଷି ଅଧିକାରୀ ରଘୁନାଥ ପତି, ଏଏସଆଇ ପ୍ରଶାନ୍ତ କୁମାର ଦାସ, ଡବ୍ଲୁଓ ଜ୍ଞାନେନ୍ଦ୍ର ସାମଲ, ବିଏସଏସଓ ନିହାର ରାଉତ, ଏପିଓ ସ୍ନିଗ୍ଧାରାଣୀ ବେହେରା, ସହକାରୀ ସୁଧାଂଶୁ ରାଉତ, ସିଡିପିଓ ସଂଗୀତା ସିଂ, କନିଷ୍ଠଯନ୍ତ୍ରୀ ଲଲାଟେନ୍ଦୁ ପାଲ, ଅଲେଖ ତିର୍କୀ, ଭୀଷ୍ମଦେବ ଶତପଥି, ତୁଷାର ମିଶ୍ର, ସୁକାନ୍ତ ମିଶ୍ର୍ର, ତନୁଜା ମିଶ୍ର ଜିପିଇଓ ତରଣୀସେନ ବାରିକ ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ଦୁଇଜଣ କର୍କଟ ରୋଗୀଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଜିଲାପାଳ ଶ୍ରୀ ବୋନ୍ଦର ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରିଥିଲେ ।
