ରାଉରକେଲା ଓ ବ୍ରହ୍ମପୁର ସହରରେ ଟ୍ରୁ -୫ଜି ସେବା ଶୁଭାରମ୍ଭ କଲା ଜିଓ
ଭୁବନେଶ୍ୱର : ରିଲାଏନ୍ସ ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ଓଡ଼ିଶାର ଆଉ ଦୁଇଟି ସହର ଇସ୍ପାତ ସହର ରାଉରକେଲା ଓ ରେଶମ ସହର ବ୍ରହ୍ମପୁରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏହା ପୂର୍ବରୁ ଜାନୁଆରୀ ୫ ତାରିଖରେ ମନ୍ଦିରମାଳିନୀ ସହର ଭୁବନେଶ୍ୱର ଓ ରୁପାର ସହର କଟକରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା । ଜାତୀୟ ସ୍ତରରେ ଜିଓ ପକ୍ଷରୁ ଆଜି ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ କରାଯିବା ସହ ଦେଶର ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଜିଓ ଟ୍ରୁ-୫ଜି ସେବା ଆଜିଠାରୁ ଉପଲବ୍ଧ ହୋଇଛି । ଓଡ଼ିଶାର ରାଉରକେଲା ଓ ବ୍ରହ୍ମପୁର ସହର ସମେତ ଛତିଶଗଡ଼ର ରାୟପୁର, ଦୁର୍ଗ ଓ ଭିଲାଇ, ବିହାରର ପାଟ୍ନା ଓ ମୁଜାଫରପୁର, ଝାଡ଼ଖଣ୍ଡର ରାଂଚି ଓ ଜାମସେଦପୁର, କର୍ଣ୍ଣାଟକର ବିଜାପୁର, ଉଡୁପି, କଲବୁର୍ଗି ଓ ବେଲାରି, କେରଳର କୋଲାମ, ଆନ୍ଧ୍ରପ୍ରଦେଶର ଇଲୁରୁ ଏବଂ ମହାରାଷ୍ଟ୍ରର ଅମରାବତୀ ସହରରେ ଆଜିଠାରୁ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ରାଉରକେଲା ଓ ବ୍ରହ୍ମପୁର ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯିବା ସହିତ ଏବେ ଓଡ଼ିଶାର ଚାରିଟି ସହରରେ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହୋଇଛି । ରାଜ୍ୟର ଏକ ପ୍ରମୁଖ ବ୍ୟବସାୟ ଏବଂ ଶିକ୍ଷା ହବ୍ ଭାବେ ପରିଚିତ ଇସ୍ପାତ ସହର ରାଉରକେଲା ପାଇଁ ଜିଓ ଟ୍ରୁ-୫ଜି ପରିବର୍ତନର ବାର୍ତାବହ ସାବ୍ୟସ୍ତ ହେବ ଏବଂ ଉଭୟ ନାଗରିକ ଓ ପରିଦର୍ଶକମାନଙ୍କୁ ଏହା ବ୍ୟାପକ ସୁଯୋଗ ଓ ସମୃଦ୍ଧ ଅନୁଭୂତି ପ୍ରଦାନ କରିବ । ରାଉରକେଲାରେ ଜିଓ ଟ୍ରୁ-୫ଜି ଡାଟା ଏଭଳି ଏକ ସମୟରେ ଆରମ୍ଭ ହୋଇଛି ଯେତେବେଳେ ଚଳିତ ସପ୍ତାହରୁ ଆରମ୍ଭ ହୋଇଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍କୁ ଏହା ଭୁବନେଶ୍ୱରର ସହ ମିଳିତ ଭାବେ ଆୟୋଜନ କରୁଛି । ସେହିଭଳି ଦକ୍ଷିଣ ଓଡ଼ିଶାର ପ୍ରବେଶ ପଥ ଭାବେ ପରିଚିତ ବ୍ରହ୍ମପୁର ସହରରେ ଜିଓ ବ୍ୟବହାରକାରୀମାନେ ମଧ୍ୟ ଆଗାମୀ ପିଢ଼ିର ଜିଓ ଟ୍ରୁ-୫ଜି ନେଟ୍ୱର୍କରେ ଡାଟା ବ୍ୟବହାର କରିପାରିବେ । ଜାନୁଆରି ୧୪ ତାରିଖରୁ ରାଉରକେଲା ଓ ବ୍ରହ୍ମପୁର ସହରର ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ, ଯାହା ଦ୍ୱାରା ସେମାନେ ବିନା ଅତିିରିକ୍ତ ମୂଲ୍ୟରେ ୧ ଜିବିପିଏସ୍ ରୁ ଅଧିକ ସ୍ପିଡ୍ ର ଅସୀମିତ ୫ଜି ଡାଟା ହାସଲ କରିପାରିବେ ।
