ଝାରସୁଗୁଡା ଜିଲା ସିନିୟର ଆନ୍ତଃ କ୍ଳବ କ୍ରିକେଟ୍ ୩ୟ ଦିନ : ଡାଇମଣ୍ଡ ଓ ବନ୍ଦବାହାଲ ୟୁଥ କ୍ଳବ ବିଜୟୀ
ଝାରସୁଗୁଡ଼ା : ଓଡ଼ିଶା କ୍ରିକେଟ ସଂଘର ଭିଜନ-୨୪ ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲା କ୍ରିକେଟ ଆସୋସିଏନ ତରଫରୁ ସିନିୟର ବାଳକ ମାନଙ୍କର ଆନ୍ତଃ କ୍ଳବ କ୍ରିକେଟ ମ୍ୟାଚ ଝାରୁସୁଗୁଡା ସାଇନିକ ଷ୍ଟାର କ୍ରିକେଟ କ୍ଳବ ଓ ବ୍ଳାକ ଡାଇମଣ୍ଡ କ୍ଳବ ମଧ୍ୟରେ ବିଟିଏମ ପଡିଆରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଝାରୁସୁଗୁଡା ସାଇନିକ ଷ୍ଟାର କ୍ରିକେଟ କ୍ଳବ ଟସ୍ ଜିତି ବ୍ୟାଟିଙ୍ଗ ନେଇ ୩୧.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୫୫ ରନ କରି ଥିବା ବେଳେ ବ୍ଳାକ ଡାଇମଣ୍ଡ କ୍ଳବ ୨୮ ଓଭରରେ ୪ ଉଇକେଟ ହରାଇ ୧୫୭ ରନ କରି ୬ ଉଇକେଟରେ ବିଜୟୀ ହୋଇ ଥିଲା । ବ୍ଳାକ ଡାଇମଣ୍ଡର ମାନସ ରଞ୍ଜନ ମିଶ୍ର ଦୁଇଟି ଉଇକେଟ ନେଇ ୬୯ ରନ କରି ଅତିଥିଙ୍କ ଠାରୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଗହ୍ରଣ କରିଥିଲେ ।
ବ୍ରଜରାଜନଗର ଓରିଏଟ କୋଲିଆରି ପଡିଆ ଠାରେ ଝାରସୁଗୁଡା ଗ୍ରିନ୍ କ୍ରିକେଟ କ୍ଳବ ଓ ବନ୍ଦବାହାଳ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ଝାରସୁଗୁଡା ଗ୍ରିନ୍ କ୍ରିକେଟ କ୍ଳବ ୪୭.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୨୭ ରନ କରି ଥିବା ବେଳେ ବନ୍ଦବାହାଲ ୟୁଥ କ୍ଳବ ୧୬.୧ ଓଭର ରେ ୨ ଉଇକେଟ ହରାଇ ୧୩୦ ରନ କରି ୮ ଉଇକେଟରେ ବିଜୟୀ ହୋଇ ଥିଲା । ବନ୍ଦବାହାଲ ୟୁଥ କ୍ଳବର ସନ୍ଦିପ କାଲୋ ୪୭ ରନ କରିବା ସହିତ୨ ଉଇକେଟ ନେଇ ଅତିଥିଙ୍କ ଠାରୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଗହ୍ରଣ କରି ଥିଲେ ।
ଝାରସୁଗୁଡ଼ା ବିଟିଏମ ପଡିଆ ଠାରେ ୩ୟ ଦିନରେ ଝାରସୁଗୁଡା ଅତିରିକ୍ତ ଜିଲ୍ଳାପାଳ ଲଙ୍କେଶ୍ୱର ଅମାତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ । ମୁଖ୍ୟ ଅତିଥି ଙ୍କୁ ଝାରସୁଗୁଡ଼ା ଜିଲ୍ଳା କ୍ରିକେଟ ଆସୋସିଏନ ତରଫରୁ ନନ୍ଦନ ମହାନ୍ତି ପୁଷ୍ପଗଛ ପ୍ରଦାନ କରି ସମ୍ମାନୀତ କରି ଥିଲେ । ଜିଲା କ୍ରିକେଟ ଆସୋସିଏନ ର ଅନ୍ୟାନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ । ଏହି ଖେଳ ଗୁଡିକରେରେ ଆମ୍ପାୟର ଭାବରେ ମିଥଲେଶ ପ୍ରସାଦ, ଅନିରୁଦ୍ଦ କେଓ୍ୟାଟ, ବିଭୂତି ପାତ୍ର, ପି ଅଶୋକ ରହି ଥିବା ଅନଲାଇନ ସ୍କୋରର କୁମାରୀ ନିଷ୍ଠା ଦତ, ନାସିର ମଲ୍ଳିକ ଓ ରିତେଶ ସିନ୍ନା ସ୍କୋରର ଭାବରେ ରହିଥିଲେ ।


