ଏସିଆନ ଚମ୍ପିଆନ୍ସ ଟ୍ରଫି: ପାକିସ୍ତାନକୁ ୩-୧ରେ ହରାଇଲା ଭାରତ
ଢାକା: ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଭାରତର ବଡ଼ ବିଜୟ । ପାକିସ୍ତାନକୁ ୩-୧ ଗୋଲରେ ହରାଇଲା ଭାରତ । ଢାକାରେ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନକୁ ହରାଇଲା ଭାରତ । ହରମନପ୍ରୀତ ୨ଟି ଏବଂ ଆକାଶଦୀପ ଗୋଟିଏ ଗୋଲ ସ୍କୋର କଲେ । ୩ଟି ମ୍ୟାଚରୁ ୨ଟି ବିଜୟ ଏବଂ ଗୋଟିଏରେ ଡ୍ର ରଖି ଟେବୁଲ ଶୀର୍ଷରେ ଭାରତ । ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ପାକିସ୍ତାନକୁ ଟିମ୍ ଇଣ୍ଡିଆର ଷ୍ଟାର ହରମନପ୍ରୀତ ସିଂହ ଚତୁର୍ଥ କ୍ୱାର୍ଟରରେ ଟିମ୍ ଇଣ୍ଡିଆ ପାଇଁ ତୃତୀୟ ଗୋଲ୍ କରି ବିଜୟ ସୁନିଶ୍ଚିତ କରିଦେଇ ଥିଲେ । ବାଂଲାଦେଶର ଢାକାରେ ଚାଲିଥିବା ଏହି ମହାମୁକାବିଲାରେ ଭାରତୀୟ ଟିମ୍ ଆରମ୍ଭରୁ ଖୁବ୍ ଆକ୍ରାମଣାତ୍ମକ ଭାବରେ ଖେଳିଥିବାର ଦେଖିବାକୁ ମିଳିଥିଲା ।
ଟିମ୍ ଇଣ୍ଡିଆର ଉପ-କ୍ୟାପଟେନ୍ ହରମନପ୍ରୀତ ସିଂହ ଏହି ମ୍ୟାଚ୍ରେ ଦୁଇଟି ଗୋଲ୍ କରିଛନ୍ତି । ପ୍ରଥମଟି ୮ ମିନିଟ୍ ଓ ଦ୍ୱିତୀୟ ଗୋଲ୍ ୫୩ ମିନିଟ୍ରେ ଗୋଲ କରିଥିଲେ । ଦୁଇଟି ଗୋଲ୍ ପେନାଲ୍ଟି କର୍ଣ୍ଣରରୁ କରାଯାଇ ଥିଲା । ସେଭଳି ଆକାଶଦ୍ୱୀପ ସିଂ ମ୍ୟାଚ୍ର ୪୨ ମିନିଟରେ ଗୋଲ୍ କରିଥିଲେ । ପାକିସ୍ତାନ ପକ୍ଷରୁ କେବଳ ଗୋଟିଏ ଗୋଲ୍ ହୋଇଥିଲା, ଯାହାକୁ ଜୁନେଦ୍ ମଞ୍ଜୁର ୪୫ ମିନିଟ୍ରେ କରିଥିଲେ । ବାଂଲାଦେଶରେ ଆୟୋଜିକ ଏହି ଟୁର୍ଣ୍ଣାମେଂଟରେ ଟିମ୍ ଇଣ୍ଡିଆର ଏହା ଥିଲା ଦ୍ୱିତୀୟ ବିଜୟ । ଏହା ପୂର୍ବରୁ ଟିମ୍ ଇଣ୍ଡିଅ।। ବାଂଲାଦେଶକୁ ୯-୦ ରେ ହରାଇଥିଲା । ହେଲେ ପାକିସ୍ତାନ ଏବେ ବି ବିଜୟଠାରୁ ଦୂରରେ ରହିଛି । ପ୍ରଥମ ଟୁର୍ଣ୍ଣାମେଂଟ ଜାପାନ ସହ ଥିବା ବେଳେ ତାହା ଡ୍ର’ ହୋଇଥିଲା ।
ପ୍ରଥମ କ୍ୱାର୍ଟରରେ ଭାରତ ଗୋଟିଏ ଗୋଲ୍ ସହ ଲିଡ୍ କରିଥିଲା । ମ୍ୟାଚର ନବମ ମିନିଟରେ ଡ୍ରାଗ୍ ଫ୍ଲିକର୍ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତର ଆକ୍ରମଣ ଜାରି ରହିଥିଲା । କିନ୍ତୁ ଏହି କ୍ୱାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରି ନଥିଲେ । ଏହି କ୍ୱାର୍ଟରରେ ଓଡ଼ିଆ ଖେଳାଳି ନୀଲମ ସଞ୍ଜୀପ ଗ୍ରୀନ୍ କାର୍ଡ ପାଇଥିଲେ ।ତୃତୀୟ କ୍ୱାର୍ଟରର ପ୍ରଥମ ୧୦ ମିନିଟ୍ ଖେଳ ଗୋଲଶୂନ୍ୟ ରହିଥିଲା । ତେବେ ପରବର୍ତୀ ପାଂଚ ମିନିଟରେ ଉଭୟ ଦଳ ପରସ୍ପରକୁ ଆଟାକ୍ କରିଥିଲେ । ୪୨ତମ ମିନିଟରେ ଆକାଶଦୀପ ସିଂହ ଫିଲ୍ଡ ଗୋଲ୍ ଦେଇ ଭାରତର ଗୋଲ୍ ସଂଖ୍ୟା ୨ରେ ପହଂଚାଇଥିଲେ । ଏହାର ତିନି ମିନିଟ୍ ବ୍ୟବଧାନରେ ପାକିସ୍ତାନର ଜୁନେଦ୍ ମନଜୁର୍ ନିଜ ଦଳ ପାଇଁ ପ୍ରଥମ ଗୋଲ୍ ପରିଶୋଧ କରିଥିଲେ । ଏଥିସହ ତୃତୀୟ କ୍ୱାର୍ଟର୍ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା । ଚତୁର୍ଥ କ୍ୱାର୍ଟରରେ ଅଧିକାଂଶ ସମୟ ବଲ୍ ଭାରତ ନିୟନ୍ତ୍ରଣରେ ରହିଥିଲା । ୫୩ତମ ମିନିଟରେ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ହରମନପ୍ରୀତ ଗୋଲରେ ପରିଣତ କରିଥିଲେ । ଏହି ଗୋଲ୍ ସହ ଭାରତ ମୁକାବିଲାକୁ ୩-୧ରେ ଜିତି ନେଇଥିଲା । ରବିବାର ଭାରତ ତା’ର ଚତୁର୍ଥ ମ୍ୟାଚରେ ଜାପାନକୁ ଭେଟିବ ।
