ଝାରସୁଗୁଡା ଜିଲା ଆନ୍ତଃ କ୍ଳବ ଫୁଟବଲ ; ବ୍ରଜରାଜନଗର ବିଜୟୀ
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଆଥଲେଟିକ ଆସୋସିଏସନ ଆନୁକୁଲ୍ୟ ରେ ପୂର୍ବତନ ଜିଲା ଆଥଲେଟିକ ଆସୋସିଏସନର ଉପ-ସଭାପତି ସ୍ୱର୍ଗତ ଅଶୋକ କୁମାର ମିଶ୍ରଙ୍କ ନାମରେ ଓ.ଏସ.ଏପି ମିନି ଷ୍ଟାଡିୟମ ରେ ହେଉ ଥିବା ଲିଗ, କମ୍ ନକ୍ ଆଉଟ ଫୁଟବଲ ପ୍ରତିଯୋଗିତାର ସୋମବାର ୨ୟ ଦିବସର ପ୍ରଥମ ମ୍ୟାଚ ଦିନ ୨ଟା ରେ ଗଣେଷ କ୍ଳବ ତିଆରିପାଲି ଓ ବ୍ରଜରାଜନଗର ଫୁଟବଲ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ବ୍ରଜରାଜନଗର ୩-୧ଗୋଲରେ ବିଜୟୀ ହୋଇ ଥିଲା ।
୨ୟ ମ୍ୟାଚ ସରବାହାଲ ର ଜୟଯବାନ କ୍ଳବ ଓ ନେହେରୁ ଯୁବକ ସଂଘ ବଢେଇମୁଣ୍ଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚ ବେଶ ପ୍ରତିଧ୍ୱନିତା ମୂଳକ ହୋଇ ଥିଲା । ନିର୍ଦ୍ଧରୀତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇ ନ ପାରିବାରୁ ଉଭୟ ଦଳ ସମାନ ଅଙ୍କ ପାଇ ଥିଲେ । ଏହି ଖେଳ ଦୁଇଟିକୁ କୁ ପି.ରାଜେଶ୍ୱର ରାଓ,ଅମିରା ପ୍ରଧାନ,ସଂଜୟ ଦାସ,ସୁଶାନ୍ତ ମହାନ୍ତି, ରାଜେଶ ପଟେଲ,ଲେଳିନ ପଟେଲ, ଚନ୍ଦ୍ର କିଶାନ ଓ ଶିତଳ ଗୁଡୁମ ପରିଚାଳନା କରି ଥିଲେ ।
