ରଥାରୁଢ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ
ପୁରୀ : ଶ୍ରୀକ୍ଷେତ୍ରରେ ରଥଯାତ୍ରା ଜାରି ରହିଛି । ଯଥାରିତି ଚାଲି ରହିଛି ରଥଯାତ୍ରା । ତିନି ରଥରେ ଶ୍ରୀଜିଉମାନଙ୍କୁ ବିଜେ କରିବା ପରେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ନିଜର ଅନୁଗାମିଙ୍କ ସହିତ ରଥର ପ୍ରଦିକ୍ଷଣ କରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ସହିତ ତାଙ୍କର ୭ ଜଣ ଶିଶ୍ୟ ମଧ୍ୟ ଶ୍ରୀଜିମାନଙ୍କୁ ଦର୍ଶନ କରିଛନ୍ତି । ରବିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । ସକଳୁ ବଡଠାକୁରଙ୍କର ନିତିକାନ୍ତି ସାରି ପ୍ରଥମେ ସୁଦର୍ଶନ ରଥାରୁଢ ହୋଇଥିଲେ ।
ଆଜି ପ୍ରଥମେ ଶ୍ରୀମନ୍ଦିର ସେବାୟତମାନେ ଶ୍ରୀସୁଦର୍ଶନଙ୍କୁ ରଥାରୁଢ଼ କରିଥିଲେ । ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡି ବିଜେ କରି ତାଳଧ୍ୱଜ ରଥକୁ ଅଣାଯାଇଥିଲା । ସେହିପରି ଦେବୀ ସୁଭଦ୍ରା ମଧ୍ୟ ବଡ଼ଭାଇଙ୍କ ପରି ପହଣ୍ଡିରେ ଆସି ଦର୍ପଦଳନରେ ବିରାଜମାନ କରିଥିଲେ । ଶେଷରେ କାଳିଆ ଠାକୁରଙ୍କୁ ସେବାୟତମାନେ ପହଣ୍ଡିରେ ଝୁଲାଇ ଝୁଲାଇ ନନ୍ଦିଘୋଷ ଉପରକୁ ଆଣିଥିଲେ । ସୂଚନା ଯେ, ରଥଯାତ୍ରା ଅବସରରେ ଆଜି ସକାଳୁ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ସକାଳ ସାଢ଼େ ୮ଟାରୁ ପହଣ୍ଡି ଆରମ୍ଭ କରାଯିବାର ଥିଲା । କିନ୍ତୁ ନୀତିଗୁଡ଼ିକ ଶୀଘ୍ର ଶେଷ ହୋଇଯାଇଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଯାଇଥିଲା । ସେହିପରି ପହଣ୍ଡି ପୂର୍ବାହ୍ନ ସାଢ଼େ ୧୧ଟାରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ପୂର୍ବରୁ ଶେଷ ହୋଇଛି । ରିପୋର୍ଟ ଲେଖାଯିବା ବେଳକୁ ରଥ ଉପରେ ଆୟୋଜନ ହେବାକୁ ଥିବା ନୀତିକୁ ଅପେକ୍ଷା କରାଯାଇଛି ।
