ଏଣିକି ଏସି ବଗିରେ ଯାତ୍ରା ହେବ ଶସ୍ତା
ନୂଆଦିଲ୍ଲୀ : ଏଣିକି ଏସି ବଗିରେ ଯାତ୍ରା କରିବା ଶସ୍ତା ହେବାକୁ ଯାଉଛି। ଭାରତୀୟ ରେଳ ପକ୍ଷରୁ ଟ୍ରେନ୍ରେ ଏମିତି କିଛି ବିଶେଷ କୋଚ୍ର ବ୍ୟବସ୍ଥା କରାଯାଇଛି। ଯାହାକି ୬ ସେପ୍ଟମ୍ବର ପାଖରୁ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଏହି ବଗିର ନାଁ ରହିଛି ଏସି-୩ ଟାୟର ଇକୋନୋମି। ପ୍ରଥମେ ଏହି କୋଚ୍କୁ ପ୍ରୟାଗରାଜ-ଜୟପୁର ଏକ୍ସପ୍ରେସ୍ରେ ସଂଯୋଗ କରାଯିବ।
ଏସି-୩ ବଗିରେ ଯାତ୍ରୀଙ୍କୁ ପ୍ରିମିୟମ ସୁବିଧା ଦେବାକୁ ଭାରତୀୟ ରେଳ ପଦକ୍ଷେପ ମଧ୍ୟ ନେଇଛି। ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଟ୍ବିଟର ମାଧ୍ୟମରେ ଏହି ନୂଆ କୋଚ୍ ସମ୍ପର୍କରେ ସୂଚନା ଦିଆଯାଇଛି । ସାଧାରଣ ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଏହି ସବୁ କୋଚ୍ ପ୍ରସ୍ତୁତ ହୋଇଛି। ପୂର୍ବ ବଗି ତୁଳନାରେ ଏସି-୩ରେ ଅଧିକ ୮୩ଟି ସିଟ୍ ରହିବ। ଏସି-୩ ବଗିକୁ ୬ ସେପ୍ଟମ୍ବରରେ ଟ୍ରେନ୍ ସଂଖ୍ୟା ୦୨୪୦୩ ପ୍ରୟାଗରାଜ-ଜୟପୁର ଏକ୍ସପ୍ରେସରେ ସଂଯୋଗ କରାଯିବ। କୋଚ୍ର ଆଭ୍ୟନ୍ତରୀଣ ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ହୋଇଥିବା ବେଳେ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା ମଧ୍ୟ ରହିଛି। ଏଥିରେ ଥିବା ସିଟ୍ର ରଙ୍ଗ ବିଲକୁଲ ଅଲଗା ରଖାଯାଇଛି ।
